ଶିଶୁ ଆହାର ରେ ପାହାର ୧୮ ପ୍ରତିଶତ ଜି.ଏସ.ଟି :୩୦୦ ଟଙ୍କା ଶିଶୁ ଖାଦ୍ୟରେ ୪୫ ଟଙ୍କା ଟ୍ୟାକ୍ସ….!

youtube


ବ୍ରହ୍ମପୁର: ଆଜି କାଲି ମା ଖିରକୁ ଗୁରୁତ୍ୱ ନଦେବା ଯୋଗୁଁ ଶିଶୁ ଖାଦ୍ୟ ଦର ଅହେତୁକ ବୃଦ୍ଧି ହୋଇଛି। ଏହା ସାଙ୍ଗକୁ ସରକାରଙ୍କ ପକ୍ଷରୁ ଶିଶୁ ଖାଦ୍ୟ ରେ ୧୮ ପ୍ରତିଶତ ଜି.ଏସ.ଟି ନେଉଥିବା ଯୋଗୁଁ ମଧ୍ୟବିତ୍ତ ଶ୍ରେଣୀଙ୍କ ପ୍ରତି କଟାଘା ରେ ଚୂନ ସଦୃଶ୍ୟ ହୋଇଛି। କିଛି ବର୍ଷ ହେଲା କେନ୍ଦ୍ର ସରକାର ଙ୍କ ପକ୍ଷରୁ ଶିଶୁ ଖାଦ୍ୟ ଉପରେ ୧୮ ପ୍ରତିଶତ ଟ୍ୟାକ୍ସ ବୃଦ୍ଧି କରାଯାଇଛି। ବଜାର ରେ ବିଭିନ୍ନ ନାମୀ ଦାମୀ କମ୍ପାନୀ ମାନଙ୍କ ପକ୍ଷରୁ ପ୍ରସ୍ତୁତ ହେଉଥିବା ଶିଶୁ ଖାଦ୍ୟ ପ୍ୟାକେଟ ଆକାର ୫୦୦ ଗ୍ରାମ ଭଳି ମାତ୍ର ସେଥିରେ ଓଜନ ମାତ୍ର ୩୦୦ ଗ୍ରାମ ରହୁଛି। କେଉଁ କମ୍ପାନୀ ର ୩୦୦ ଗ୍ରାମ ପ୍ୟାକେଟ ର ମୂଲ୍ୟ ୨୯୦ ରୁ ୩୨୦ ପର୍ଯ୍ୟନ୍ତ ରହିଛି। ୩୦୦ ଗ୍ରାମ ର ପ୍ୟାକେଟ ସପ୍ତାହ କୁ ଦୁଇଟି ପ୍ୟାକେଟ ବ୍ୟବହାର କରିଲେ ଜଣେ ଶିଶୁଙ୍କ ଠାରୁ ସରକାରଙ୍କ ଖାତାକୁ ୯୦ ଟଙ୍କାରୁ ଅଧିକ ଟ୍ୟାକ୍ସ ଚାଲି ଯାଏ। ଡ଼ବଲ ଇଞ୍ଜିନ ସରକାର ଆସିବା ପରେ ସାଧାରଣ ଲୋକଙ୍କ ବଜେଟ ରେ ଦର ଡ଼ବଲ ହୋଇଯାଇଛି।ଏପଟେ ସରକାର ପୂର୍ବରୁ ଦିଆଯାଉଥିବା କେତେବେଳେ କେ.ୱାଇ.ସି ତ କେତେବେଳେ ଆଧାର ଲିଙ୍କ ର ଆଳ କରି ପୂର୍ବରୁ ଥିବା ବିଭିନ୍ନ ପ୍ରକାର ସବସିଡି କୁ କଟା ଯାଉଛି। ୨୦୧୪ ମସିହା ଠାରୁ ଆଜି ପର୍ଯ୍ୟନ୍ତ ପ୍ରତେକ ସାମଗ୍ରୀ ରେ ଦର ଏବେ ଆକାଶ ଛୁଆ ହୋଇଛି। ଶୁଶୁ ଖାଦ୍ୟ ସମେତ ଅତି ଜରୁରୀ ବିଭିନ୍ନ ଔଷଧ ଉପରେ ବି ଜି.ଏସ.ଟି ଟ୍ୟାକ୍ସ ବଢ଼ିଛି।ଶିଶୁ ଖାଦ୍ୟ ବ୍ୟବହାର କରୁଥିବା ପରିବାରଙ୍କ ପକ୍ଷରୁ ପ୍ରତିଦିନ ସରକାର କେତେ ଟଙ୍କା ଟ୍ୟାକ୍ସ ଆଦାୟ କରୁଛନ୍ତି। ସରକାରଙ୍କ ଏହି ନିତୀ ତେଲିଆ ମୁଣ୍ଡରେ ତେଲ ସଦୃଶ୍ୟ ହୋଇଛି।

Leave A Reply

Your email address will not be published.