ଭାଟଖାଲି ପାହାଡ଼ ଖାଲି କରିଦେଲେଣି ପଥର ମାଫିଆ : ବଟି ନେଇ ଚୁପ ବସିଛି ପ୍ରଶାସନ..!

add-all

ଫରେଷ୍ଟ ଓ ତହସିଲର ଆଶୀର୍ବାଦ ରେ ପଥର ଲୁଟ….!
ପୋଲସରା: ଗଞ୍ଜାମ ଜିଲ୍ଲାର ପୋଲସରା ତହସିଲ ଆସିକା ବନ ବିଭାଗ ଅଧୀନରେ ଥିବା ଭାଟଖାଲି ପାହାଡ଼ ରୁ ଏକ ବର୍ଷ ହେଲା ପଥର ଲୁଟ ହେଉଛି। ଯାଜପୁର ର ଡ଼ଙ୍କାରି ପାହାଡ଼ କେଳେଙ୍କାରୀ ଠାରୁ ବଳି ପଡ଼ିବ ଭାଟଖାଲି ପାହାଡ଼। ପୋଲସରା ତହସିଲ ଆସିକା ଫରେଷ୍ଟ ଜଙ୍ଗଲ ଅଧୀନରେ ଥିବା ଭାଟଖାଲି ପାହାଡ଼ରୁ ପ୍ରତିଦିନ ୫୦ ରୁ ଉର୍ଦ୍ଧ ଟ୍ରାକ୍ଟର ରେ ଚୋରା ରେ ପଥର ଲୁଟ ହେଉଛି। ଭାଟଖାଲି ପାହାଡ଼ ପୋଲସରା ତହସିଲ ହେଲେବି ଆସିକା ତହସିଲ ଇଲାକାର ହେଉଛି, ଅତି ନିକଟ ତାହା ସାଙ୍ଗକୁ ଆସିକା ବନ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଏହି ବେଆଇନ କାର୍ଯ୍ୟ ଖୁଲାମ ଖୁଲା ଚାଲିଛି। ବାବୁ ଓ ନେତାଙ୍କ ଆଶୀର୍ବାଦ ରେ ଏହି ବେଆଇନ ପଥର ଲୁଟ ଚାଲିଥିବା ଗାଁ ବାସୀ ଅଭିଯୋଗ କରିଛନ୍ତି। ଏହି ବେଆଇନ ପାହାଡ଼ ରେ ଡିନାମାଇଟ ଲଗାଇ ଫୁଟା ଯାଉଥିଲେ ଅଭିଯୋଗ କରିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଖଣି, ଫରେଷ୍ଟ ଓ ରାଜସ୍ୱ ବିଭାଗଙ୍କ ମିଲିଭାଗ ଯୋଗୁଁ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଥିବା ଚର୍ଚ୍ଚା ହେଉଛି। ପାହାଡ଼ ଫୁଟା ଯୋଗୁଁ ନିକଟରେ ଥିବା ବିରଳ କୃଷ୍ଣ ସାର ମୃଗ ବିଚରଣ ରେ ବାଧା ଉପୁଜୁଛି। ପାହାଡ଼ ଫୁଟିବା ପରେ ନିକଟରେ ଥିବା ଚାଷ ଜମିରେବି ପଥର ଗୁଣ୍ଡ ପଡ଼ି ମାଟିର ଉର୍ବରତା ମଧ୍ୟ ନଷ୍ଟ ହେଉଛି।

ad-week
Leave A Reply

Your email address will not be published.