ଲଗାଣ ବର୍ଷାରେ ମାଲକାନଗିରି ରେ ବୁଡ଼ିଲା ପୋଲ…

youtube

ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ କିଛିଦିନ ଧରି ଲଗାଣ ଲଘୁଚାପ ଜନିତ ବର୍ଷାରେ ବୁଡ଼ିଲା କନ୍ୟାଶ୍ରମ ପୋଲ | ପୋଲ ଉପରେ ଦୁଇ ଫୁଟରୁ ଅଧିକ ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁଁ କାଲିମେଳା ବ୍ଲକ ସହିତ ପଡିଆ ବ୍ଲକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି । କନ୍ୟାଶ୍ରମ ପୋଲ ଉପରେ ଦୁଇ ଫୁଟ ବନ୍ୟା ଜଳ ପ୍ରବାହିତ ହେବାରୁ କାଲିମେଳା ବ୍ଲକ ସହିତ ପଡିଆ ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି । ଗତକାଲି ଠାରୁ କାଲିମେଳା ଅଂଚଳରେ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ଆଜି ଭୋର ସମୟରେ ଏହି ପୋଲଟି ବୁଡ଼ି ଯାଇଥିବାର ଦେଖିବାକୁ ମିଳିଛି । ପୋଲ ବୁଡ଼ିଯିବା ଯୋଗୁଁ ଯାତ୍ରୀବାହୀ ବସ ସହ ଅନ୍ୟାନ୍ୟ ଯାନବାହାନ ଉଭୟ ପଟେ ଅଟକି ରହିଥିବାର ଦେଖିବାକୁ ମିଳିଛି |ଗତ ୨୪ ଘଣ୍ଟା ମଧ୍ୟରେ କାଲିମେଳାରେ ସର୍ବାଧିକ ୩୩ ମି ମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି | ସେହିପରି ମାଲକାନଗିରି-ମୋଟୁ ୩୨୬ ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ନାଳ ଉପରେ ଗତକାଲି ରାତିରେ ମାତ୍ର ଏକ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଥିଲା ବେଳେ ସକାଳୁ ପୋଲ ତଳକୁ ପାଣି ଖସି ଯାଇଥିବାର ଦେଖିବାକୁ ମିଳିଛି | ଗୋଟିଏ ପଟେ କନ୍ୟାଶ୍ରମ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ କାଲିମେଳା ଠାରୁ ପଡିଆ ମୁଖ୍ୟ ରାସ୍ତାରେ ଯାତାୟତ ଠପ ହୋଇଯାଇଥିବା ବେଳେ ମାଲକାନଗିରିରୁ ମୋଟୁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସ୍ୱାଭାବିକ ରହିଛି |

Leave A Reply

Your email address will not be published.