
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗତ ରବିବାର ନାବାଳିକା ଙ୍କ ସହ ହୋଇଥିବା ଗଣ ଦୁଷ୍କର୍ମ ମାମଲାର ସତ୍ୟତା ସାମ୍ନା କୁ ଆଣିବା ପାଇଁ ଓ ପିଡିତା ଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ମାଲକାନଗିରି ଗସ୍ତରେ ଆସି ସମୀକ୍ଷା କରିଚି । ବିଜୁ ଜନତା ଦଳର ବରିଷ୍ଠ ବିଜେଡି ନେତା ରମେଶ ମାଝୀ, ପ୍ରଦୀପ ମାଝୀ ଜିଲ୍ଲା ଗସ୍ତରେ ଆସି ଗଣ ଦୁଷ୍କର୍ମ ମାମଲାର ପିଡିତା ଙ୍କୁ ଭେଟି ଆଲୋଚନା କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ତ୍ତମାନ ପିଡିତା ଙ୍କ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କ ପରିବାର ସହ ମଧ୍ୟ ଆଲୋଚନା କରିଥିଲେ। ଜିଲ୍ଲା ବିଜେଡି ସଭାପତି ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ, ମାଲକାନଗିରି ପୌର ଅଧ୍ୟକ୍ଷ ମନୋଜ ବାରିକ, ଉପଧକ୍ଷା କବିତା ମହନ୍ତ ଙ୍କ ସହ ଦଳର ବରିଷ୍ଠ ନେତୃ ମଣ୍ଡଳୀ ପିଡିତା ଓ ତାଙ୍କ ପରିବାର କୁ ଭେଟିଥିଲେ। ଏହା ସହ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ମଧ୍ୟ ପଚାରି ବୁଝିବା ସହ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପରାମର୍ଶ ଦେଇଥିଲେ। ପିଡିତା ଙ୍କ ଚିକିତ୍ସା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ ତତ୍ପର ଥିବା ସହ ଉତ୍ତମ ସେବା ଯୋଗାଉ ଥିବା ଜିଲ୍ଲା ମୁଖ୍ୟ ସ୍ୱାଥ୍ୟ ଅଧିକାରୀ ବ୍ରଜବନ୍ଧୁ ଦାସ ପ୍ରକାଶ କରିଛନ୍ତି।