ରାଉରକେଲା ଇସ୍ପାତ କାରଖାନା ସଂପ୍ରସାରଣ ପାଇଁ ହାଇଲେବୁଲ କମିଟି ବୈଠକ, ୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

add-all

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ସଂପ୍ରସାରଣ ପାଇଁ ହାଇଲେବୁଲ କମିଟି ବୈଠକ ।  ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ହାଇଲେବୁଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ୩୦ ହଜାର କୋଟି ଟଙ୍କା ବ୍ୟୟ ଅଟକଳ ରେ ୧୨୦୦ ଏକର ପରିମିତ ଜମିରେ ଇସ୍ପାତ କାରଖାନା ସଂପ୍ରସାରଣ କାର୍ଯ୍ୟ କିଭଳି କାର୍ଯ୍ୟକାରୀ ହୋଇପାରିବ ସେଥିପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ର ଯୁଗ୍ମ ସଚିବ, ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ରାଉରକେଲା ଇସ୍ପାତ କାରଖାନା ସଂପ୍ରସାରିତ ହେଲେ ଉତ୍ପାଦନ କ୍ଷମତା ୪.୫ ମେଟ୍ରିକ ଟନରୁ ୯ ମେଟ୍ରିକ ଟନ୍ କୁ ବୃଦ୍ଧି ପାଇବ। ୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦେଓଗାଁ ସାଇଟରେ ଥିବା ୧୨୦୦ ଏକର ଜମିକୁ ନେଇ ଏହି ସମ୍ପ୍ରସାରଣ କାର୍ଯ୍ୟ କରାଯିବ। ସେଠାରେ ଥିବା ୮ଟି ବସ୍ତି ବାସିନ୍ଦାଙ୍କୁ ପ୍ରଥମେ ଥଇଥାନ ପରେ ଉଛେଦ କରାଯିବା ପାଇଁ ବୈଠକରେ ଆଲୋଚନା ହୋଇଛି।

ad-week
Leave A Reply

Your email address will not be published.