
ଉମରକୋଟ :- ( ୨୫/୦୭/୨୦୨୫) ଆଦିବାସୀ ଅଧୁଷିତ ଜଙ୍ଗଳ ବେଷ୍ଠିତ ବେହେଡ଼ା ପଞ୍ଚାୟତର ନାଙ୍ଗାଗୁଡ଼ା ଗାଁର ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ମନମାନି ଚରିତ୍ର ହାଟରୁ ଯାଇ ବାଟରେ ଗଡୁଛି। ଶିକ୍ଷକ ସ୍କୁଲରେ ତାଳା ଲଗାଇ ଦିନ ଦୁଇଟା ରେ ଗାଁ ଦାଣ୍ଡରେ ବୁଲୁଥିବାରୁ ଦେଖାଯାଇଛି। ଏହା ଦେଖି ସ୍ଥାନୀୟ ଲୋକ ଓ ଗାଁର ବୁଦ୍ଧିଜୀବୀ ମାନେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଏହି ଘଟଣା ସମୟରେ କଲେଷ୍ଟାର ନିରୀକ୍ଷକ (CRCC) ବିଷ୍ଣୁ ସାହୁଙ୍କ ଫୋନ ଯୋଗେ ସ୍କୁଲ ଆଜି ଛୁଟି କି କାରଣ ପଚାରିଲେ, CRCC ଉଲଟା ପ୍ରଶ୍ନ କରି କହିଲେ, “ତମେ କିଏ? ଘର କଉଠି? ରାଇଘର ଲୋକ ସେଠି କାହିଁକି ଯାଇଛ?” ଯେତେବେଳେ ଆମେ ନ୍ୟୁଜ ରିପୋର୍ଟର ବୋଲି ଚିହ୍ନଟ କଲୁ, ସେତେବେଳେ ସେ ଫୋନ କାଟି ଦେଲେ। ଏହା ପରେ ସେହି ସ୍କୁଲର ଶିକ୍ଷକ ଗାଁ ମଝିରୁ ଆସି କହିଲେ ଯେ,ସେ ସ୍କୁଲ ସଭାପତିଙ୍କ ସହ ଆଲୋଚନା ପାଇଁ ଯାଇଥିଲେ। କିନ୍ତୁ ସଭାପତି ସକାଳୁ ଚାଷ କାମରେ ବ୍ୟସ୍ତ ଅଛି ଆମେ ତାଙ୍କ ଘରକୁ ଯାଇ ଜାଣିବାକୁ ପାଇଥିଲି ଓ ତାଙ୍କର ଘରେ ମଧ୍ୟ କେହି ନ ଥିଲା, ଘରର ଦରୱାଜ଼ା ଓ ଫାଟକ ସବୁ ଚାବି ପଡିଥିଲା।

ସ୍ଥାନୀୟ ଗାଁ ଲୋକଙ୍କ କହିବା ଅନୁଯାୟୀ, ଏହି ପ୍ରକାର ଅନୁଶାସନ ଭଙ୍ଗ ଏବଂ ଅନୁତ୍ତରଦାୟୀତା ପାଇଁ ଶିକ୍ଷା ପ୍ରଣାଳୀରେ ଅସୁବିଧା ସୃଷ୍ଟି ହେଉଛି। ଲୋକମାନେ କହିଲେ, ଜଙ୍ଗଳ ଅଞ୍ଚଳ ଓ ଅନ୍ଧାର ଅବସ୍ଥାର ଫାଇଦା ଉଠାଇ କିଛି ଶିକ୍ଷକ ଏଭଳି ମନମାନି କରୁଛନ୍ତି, ଯାହା ଚାଷୀ ଓ ଦିନ ମଜୁରୀୟା ଲୋକଙ୍କର ଶିଶୁମାନଙ୍କ ଶିକ୍ଷାକୁ ଗୁରୁତର କ୍ଷତି ପହଞ୍ଚାଉଛି।
ଗାଁର ବୁଦ୍ଧିଜୀବୀ ଓ ବୃଦ୍ଧ ସିଆନ ସିଆଣୀମାନେ କହିଲେ, “ଯଦି ଏଭଳି ଅନୁଶାସନ ଭଙ୍ଗ ଓ ଦାୟିତ୍ୱ ହୀନତା ଉପରେ ରୋକ ନ ଲାଗିବ, ତେବେ ଗାଁ ଗାଁର ଶିକ୍ଷା ବ୍ୟବସ୍ଥା ଅନ୍ଧକାରରେ ଚାଲିଯିବ।”ଗାଁ ଲୋକ ଭୟ ଯୋଗୁ ଆମ ଗଣମାଧ୍ୟମର କାମେରା ଆଗରେ ମତ ଦେବାକୁ ଚାହାନ୍ତି ନାହିଁ। କିନ୍ତୁ ସମସ୍ତଙ୍କ ମଧ୍ୟରେ ଏକ ଆଶା ଅଛି ଯେ ଉଚ୍ଚ ସ୍ତରର ତଦନ୍ତ ଏବଂ ପ୍ରସ୍ତାବିତ ନୀତି ମାଧ୍ୟମରେ ଏହି ପରି ଶିକ୍ଷକଙ୍କ ମନମାନି ଚରିତ୍ର ଉପରେ କି ଭଳି ରୋକ ଲାଗିପାରିବ।ଆଗାମୀ ଦିନରେ ସରକାରୀ ପକ୍ଷରୁ ଏହା ଉପରେ କଣ ପଦକ୍ଷେପ ନିଆଯିବ ତାହା ସମୟ କହିବ