ଉପର ମୁଣ୍ଡରେ ପ୍ରବଳ ବର୍ଷା: ବିପଦ ସଙ୍କେତ ଟପିଲା ବୈତରଣୀ, ରାଜ୍ୟରେ ବିଭିନ୍ନ ପୋଲ ଉପରେ ଚାଲୁଛି ପାଣି

youtube

ଭୁବନେଶ୍ୱର : ବିପଦ ସଙ୍କେତ ଟପିଲା ବୈତରଣୀ । ପ୍ରବଳ ବର୍ଷା ଯୋଗୁ ବଢୁଛି ବୈତରଣୀ ନଦୀର ଜଳସ୍ତର । ଆନନ୍ଦପୁରରେ ବିପଦ ସଙ୍କେତ ୩୮.୩୬୦ ଥିବାବେଳେ ଏବେ ୩୮.୫୨୦ ରହିଛି। ସେପଟେ ଚମ୍ପୁଆରେ ୯୭.୨୦ ମିଲିମିଟର ବର୍ଷା ହୋଇଛି । ପ୍ରଭାବରେ ବୈତରଣୀ ନଦୀର ଜଳସ୍ତର ବଢୁଛି ।

ସେହିପରି ଇବ ନଦୀରେ ପ୍ରଥମ ବନ୍ୟା ଦେଖା ଦେଇଛି । ଲଗାଣ ବର୍ଷାରେ ବଢୁଛି ନଦୀର ଜଳସ୍ତର। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।ସହରର ରାଣୀ ବଗିଚା,ଗୁଆଲାପଡ଼ା ସମେତ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ପିଏଚଡି ପମ୍ପ ହାଉସରେ ପାଣି ଭର୍ତ୍ତି ହେବାରୁ ଜଳ ଯୋଗାଣ ବନ୍ଦ ହୋଇଛି । ଛତିଶଗଡ ସମଡମା ଗେଟ ଖୋଲି ଦେବାରୁ ଏପରି ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି ।

ପୋଲ ଉପରେ ୪ ଫୁଟର ପାଣି । ଉଦଳା-ବାଲେଶ୍ବର ରାସ୍ତାର ଜାମୁଘାଟ ପୋଲ ଉପରେ ୪ ଫୁଟର ପାଣି ଚାଲୁଛି । ଦେଓ ନଦୀରେ ଜଳସ୍ତର ବଢୁଥିବାରୁ ପୋଲ ଉପରେ ପାଣି ପ୍ରବାହିତ ହେଉଛି । ଫଳରେ ଯାତାୟତରେ ଅସୁବିଧା ହେଉଛି । ପାଣିର ତୀବ୍ରତା ଏତେ ଥିଲା ଯେ ଜାମୁଘାଟ ପୋଲର କିଛି ଅଂଶ ଧୋଇଯାଇଛି । ଫଳରେ ଉଦଳା-ବାଲେଶ୍ବରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

Leave A Reply

Your email address will not be published.