ଆତଙ୍କବାଦକୁ ସମର୍ଥନ କରୁଥିବା ଲୋକଙ୍କୁ ଛଡାଯିବ ନାହିଁ- ସେନା ମୁଖ୍ୟ

youtube

ଅପରେସନ ସିନ୍ଦୂର ସମୟରେ କରାଯାଇଥିବା ସର୍ଜିକାଲ୍‍ ଷ୍ଟ୍ରାଇକ୍‍ ପାକିସ୍ତାନକୁ ଏକ ସିଧାସଳଖ ବାର୍ତ୍ତା ଦେଇଥିଲା ଯେ ଯେଉଁମାନେ ଆତଙ୍କବାଦକୁ ସମର୍ଥନ କରନ୍ତି ସେମାନଙ୍କୁ ଛଡାଯିବ ନାହିଁ । ଆଜି କାରଗିଲ୍‍ ବିଜୟ ଦିବସ ଅବସରରେ  ଲଦାଖର ଦ୍ରାସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଏଭଳି କହିଛନ୍ତି ଭାରତୀୟ ସେନାର ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ଏକ ଜବାବ ଥିଲା ଅପରେସନ ସିନ୍ଦୂର । ଯାହା ଯେଉଁ ଆକ୍ରମଣ ସମଗ୍ର ଦେଶକୁ ଗଭୀର ଆଘାତ ଦେଇଥିଲା । ଭାରତ ସେହି ଆକ୍ରମଣରେ ଶୋକ ପ୍ରକାଶ କରିବା ସହ ମୁହଁତୋଡ ଜବାବ ମଧ୍ୟ ଦେଇଛି ।

ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଯେ ଶତ୍ରୁକୁ ଜବାବ ଦେବା ସ୍ୱାଭାବିକତା । କାରଗିଲ ବିଜୟ ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ ପହଞ୍ଚି ସହିଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତାଙ୍କ ସହିତ ତିନି ସେନା ମୁଖ୍ୟ ମଧ୍ୟ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.