
ସୁପାରୀ କିଲେରଙ୍କ ସମେତ ୭ ମାଉଜର, ୪୦ ରାଉଣ୍ଡ ଗୁଳି ଜବତ……!
ବ୍ରହ୍ମପୁର: ଗତ ମାସ ୨୫ ତାରିଖ ଦିନ ଶେରଗଡ଼ ଥାନା ଇଲାକାର ସୁନାନ୍ତର ଛକ ଠାରେ ନିରଞ୍ଜ ଜେନା (କାଳିଆ)ଙ୍କୁ ବୋମା ମାଡ଼ ସହ ଗୁଳି ମାଡ଼ ହୋଇଥିଲା।ଏହି ଘଟଣା ପରେ ଗଞ୍ଜାମ ଏସପିଙ୍କ ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଧେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଆସିକା ଏସଡ଼ିପିଓ ସନ୍ତୋଷ କୁମାର ଜେନାଙ୍କୁ ଦାୟିତ୍ୱ ତଦନ୍ତ ର ଦିଆଯାଇଥିଲା। ଏହି ବୋମା ମାଡ଼ ଓ ଗୁଳି ଚାଳନା ପଛରେ ସୁପାରୀ କିଲେର ଥିବା ପୋଲିସ ଜାଣିବାକୁ ପାଇଥିଲା। ପୋଲିସ ଏହି ଘଟଣାରେ ବର୍ତ୍ତମାନ ୬ ଜଣ ସୁପାରୀ କିଲେର ମାନଙ୍କୁ ଧରିବା ସହିତ ସେମାନଙ୍କ ଠାରୁ ୭ ଟି ମାଉଜର ୪୦ ରାଉଣ୍ଡ ଗୁଳି ଜବତ କରିଛି। ଏହି ଗୁଳିମାଡ଼ ଘଟଣା ପାଇଁ ୨୦ ଲକ୍ଷ ଡ଼ିଲ ସରିଥିଲା ଅଗ୍ରିମ ବାବଦକୁ ୪ ଲକ୍ଷ ଦିଆଯାଇଥିଲା। ଗିରଫ ଅଭିଯୁକ୍ତ ହେଲେ ବାଦଗଡ଼ର କୃଷ୍ଣସେଠି,ଅଲାରିଗଡ଼ର ଅମିତାଭ ବିଷୋୟୀ, କୁଲା ଗଡ଼ର କାମେଶ୍ୱର ଗୌଡ଼,ବାଲିଗଡ଼ର ସିମାଞ୍ଚଳ ବିଷୋୟୀ,ବାଲିପଡ଼ାର ବଂଶୀଧର ବିଷୋୟୀ ଓ ଧରାକୋଟର ସୁରିଆ ନାଇକ ବୋଲି ପୋଲିସ କହିଛି।ଏହି ଗୁଳିମାଡ଼ ପଛରେ ପୂର୍ବ ଶତ୍ରୁତା ଓ ରାଜନୈତିକ ବିବାଦ ଯୋଗୁଁ ଘଟିଛି। ଘଟଣା ଦିନ ଛଜଣ ଯୁବକ ଆସି ନିରଞ୍ଜଙ୍କ ଉପରେ ବୋମା ମାଡ଼ କରି ଗୁଳି ଚାଳନା କରିଥିଲେ। ନିରଞ୍ଜନ ଙ୍କ ଦେହରେ ୪ ଟି ଗୁଳି ବାଜିଥିଲା। ଏନେଇ ନିରଞ୍ଜନ ଙ୍କ ସ୍ତ୍ରୀ ସରିତା ଜେନା ଶେର ଗଡ଼ ଥାନାରେ ଏତଲା ଦେଇଥିଲେ ଥାନା କେଶ ନମ୍ବର ରେ ୩୧୮/୨୫ ମାମଲା ରୁଜୁ କରାଯାଇଥିଲା। ଏହି ଗୁଳି କାଣ୍ଡ ଘଟଣା ପଛରେ ଥିବା ସୁପାରୀ ଦାତା ଚି଼ହ୍ନଟ ସରିଛି। ତାକୁ ଖୁବ ଶୀଘ୍ର ପୋଲିସ ଧରିବ ବୋଲି କହିଛି। ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ଆସିକା,ବ୍ରହ୍ମପୁର, କୋଦଳା ଓ ଭଞ୍ଜନଗର ଜେଲରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସୁପାରୀ ଦେଇ ବଡ଼ ବଡ଼ ମୁଣ୍ଡ ସାଙ୍ଗକୁ ରାଜନେତା ମାନଙ୍କୁ ହତ୍ୟା କରିବାର ନଜିର ରହିଛି। ଗଞ୍ଜାମ ଜିଲ୍ଲା ପୋଲିସକୁ ଏନକାଉଣ୍ଟର କ୍ଷମତା ମିଳିବା ପରେ ଅପରାଧ ତତ୍ତ୍ୱ ଦମନ ହେବ ବୋଲି ସଚେତନ ମହଲ ରେ ଆଲୋଚନା ହେଉଛି।