ଅଫିସ ଖାଲି : କୌଣସି ଅଧିକାରୀଙ୍କ ଦେଖା ନାହିଁ, ନିଜ ଜ଼ଏନିଂ ନିମନ୍ତେ ବିଇଓଙ୍କ କାର୍ଯ୍ୟାଳୟରେ ଦିନତମାମ ଅପେକ୍ଷା କରି ନୟାନ୍ତ ହେଲେ ଶିକ୍ଷକ

youtube

ମାଲକାନଗିରି,୦୨/୦୮ : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଜଣେ ଶିକ୍ଷକ ନିଜର ଜ଼ଏନିଂ ଲେଟର ଧରି ସକାଳ ୧୧ ଘଣ୍ଟିକା ରୁ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ଅଧିକାରୀଙ୍କ ଅପେକ୍ଷାରେ ବସି ରହିଥିଲେ ମଧ୍ୟ ଜ଼ଏନିଂ ଲେଟର ଗ୍ରହଣ କରିବା ନିମନ୍ତେ କୌଣସି ଜଣେ ମଧ୍ୟ ଅଧିକାରୀଙ୍କ ଦେଖା ମିଳିନଥିଲା। ଶିକ୍ଷକ ପଦ୍ମ ଚରଣ ରଥଙ୍କ କହିବାନୁଯାୟୀ ସେ କୋରୁକୋଣ୍ଡା ବ୍ଲକ ଚିତିଗୁଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରି ଆସୁଥିଲେ। କିନ୍ତୁ ଗତ ମାସ ୧୧ ତାରିଖ, ପତ୍ର ସଂଖ୍ୟା ୨୯୭୩ ରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲାର କୁଡ଼ୁମୁଲୁଗୁମ୍ମା ବ୍ଲକ ଶିକ୍ଷା ବିଭାଗ ଅଧୀନ ଘୁଷୁମପଦର ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଥିଲା। କିନ୍ତୁ ତାଙ୍କ ଉପରେ କୌଣସି ଆକ୍ରୋଶ ଏବଂ ଉଦ୍ଦେଶ୍ୟ ମୂଳକ ଭାବେ ବଦଳି କରାଯାଇଥିବା ଅନୁଭବ କରି ଶ୍ରୀ ରଥ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉକ୍ତ ବଦଳିକୁ ଭୀତି କରି ମାନ୍ୟବର ନ୍ୟାୟାଳୟ ଉକ୍ତ ବଦଳିକୁ ସ୍ଥଗିତ ରଖିବା ସହିତ ଶ୍ରୀ ରଥଙ୍କୁ ପୂର୍ବ ଦିନ ମାନଙ୍କରେ ଶିକ୍ଷାଦାନ କରୁଥିବା ବିଦ୍ୟାଳୟରେ ପୁନଃ ଜ଼ଏନିଂ କରାଇବା ନିମନ୍ତେ ବ୍ଲକ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଉକ୍ତ ନିର୍ଦ୍ଦେଶନାମା କୁ ନେଇ ଶିକ୍ଷକ ଶ୍ରୀ ରଥ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦିନ ତମାମ ଅପେକ୍ଷା କରି ରହିଥିଲେ ସୁଦ୍ଧା କୌଣସି ଜଣେ ମଧ୍ୟ ଅଧିକାରୀ କାର୍ଯ୍ୟାଳୟକୁ ଆସିନଥିବା କହିଥିଲେ ଶିକ୍ଷକ ଶ୍ରୀରଥ। ତେବେ ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟ ଏହିକି ଯେ ଦିନତମାମ ଆଜି ଏପରି କୌଣସି ଅଧିକାରୀ ଙ୍କ ଦେଖା ମିଳିନାହିଁ ନା ସବୁଦିନ କାର୍ଯ୍ୟାଳୟ ଏପରି ଜଣେ ପିଅନ ଏବଂ କମ୍ପ୍ୟୁଟର ପ୍ରୋଗ୍ରାମର ଙ୍କ ଭରସା ରେ ଚାଲିଛି। ଏହି କାର୍ଯ୍ୟାଳୟ ପ୍ରତି ଜିଲ୍ଲା ଶିକ୍ଷାଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.