ଆସିକା ସୁବର୍ଣ୍ଣେସ୍ବର ମନ୍ଦିର ନିକଟରୁ ପୋଲିସ ଦ୍ୱାରା ଚୋରା ବାଲି ଟ୍ରାକ୍ଟର ଜବତ ତିନି ଗିରଫ…,
କାଣି ବିରାଡ଼ି ର କୁଜି ଅସରୁପା ଉପରେ ଦାଉ ନୂହତ…!!

ଚୋରା ବାଲି ଚାଲାଣ ହେଉଥିବା ଟ୍ରାକଟର ହେଉଛି ଜବତ ହାଇୱା ହେବ କେବେ …..??
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଥିବା ଋଷି କୂଲ୍ୟା ଓ ବଡ଼ନଦୀ ରୁ ରୀତିମତ ଚୋରା ବାଲି ଚାଲାଣ ହେଉଛି। ଆସିକା ସହରର କେନ୍ଦ୍ର ସ୍ଥଳୀରେ ଥିବା ସୁନାମ୍ବ ସାହି ଦେଇ ସଞ୍ଜ ନଇଁଲେ ଧାଡ଼ି ବାନ୍ଧି ଭୋର ପର୍ଯ୍ୟନ୍ତ ହାଇୱା ରେ ବାଲି ଚାଲାଣ ହେଉଛି। ଏହି ବାଲି ରାଜସ୍ୱ ଓ ପୋଲିସ ଷ୍ଟେସନ ଦେଇ ଜନଗହଳି ପୂର୍ଣ୍ଣ ରାସ୍ତାରେ ବିପଦ ପୂର୍ଣ୍ଣ ଭାବେ ଯାଉଛି।ପ୍ରଶାସନ ସବୁ ଜାଣି ବଟି ନେଇ ଚୁପ ବସିଛନ୍ତି l ସୂଚନା ଥାଉକି ପୂର୍ବରୁ ସୁନାମ୍ବ ସାହିର ଜଣେ ଗରିବ ମହିଳାଙ୍କ ଗୃହ ମଧ୍ୟକୁ ଏକ ହାଇୱା ଗୃହ ଭାଙ୍ଗି ଭିତରେ ପଶି ଯାଇଥିଲା, ମହିଳା ଅଳ୍ପକେ ବର୍ତ୍ତି ଯାଇଥିଲେ। ଦୁର୍ଘଟଣା ପରେ ସାହି ବାସିନ୍ଦା ମାନେ ବାଲି ଚାଲାଣ ବନ୍ଦ କରିବା ପାଇଁ ରାସ୍ତା ମଧ୍ୟ ଅବରୋଧ କରିଥିଲେ।କିନ୍ତୁ ପ୍ରଶାସନ ଉପରେ କୌଣସି ପ୍ରଭାବ ପଡି ନଥିଲା କାରଣ ପ୍ରଶାସନ ବାଲି ମାଫିଆ ମାନଙ୍କ ପାଖରେ ଯେମିତ ବନ୍ଧା ପଡିଯାଇଛି l ବର୍ତ୍ତମାନ ୧୫ ଦିନ ହେଲା ବେଧଡକ ଭାବେ ଜନଗହଳି ପୂର୍ଣ୍ଣ ରାସ୍ତା ସାଙ୍ଗକୁ ବିପଦ ପୂର୍ଣ୍ଣ ଭାବେ ଭାରି ଯାନବାହାନ ପ୍ରଶାସନ ର ନାକ ତଳେ ଯାତାୟାତ ହେଉଛି। ପୋଲିସ ପକ୍ଷରୁ ଟ୍ରାକ୍ଟର ଜବତକୁ ଅଞ୍ଚଳ ବାସୀ ସ୍ୱାଗତ କରିଥିବା ବେଳେ ହାଇୱା କୁ ଜବତ କରିବାକୁ ପ୍ରଶାସନ ପଛ ଗୁଞ୍ଛା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଜନସାଧାରଣ। ବିନା ୱାଇ-ଫର୍ମ ନକଲି ୱାଇ-ଫର୍ମରେ ଏହି ଚୋରା ବାଲି ଚାଲାଣ ଖୁଲାମ ଖୁଲା ହେଉଛି। ଚୋରା ବାଲି ମାଫିଆ ମାନଙ୍କ ପଛରେ କେଉଁ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରୁଛି ତାହାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ, ଦୁର୍ଭାଗ୍ୟ ପ୍ରଶାସନ ହାଇୱା ଗାଡ଼ିକୁ ଅଟକେଇବା ବା ହାତ ମାରିବାକୁ ମଧ୍ୟ ସାହସ କରୁନାହିଁ। ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନଙ୍କ ମାଫିଆ ମାନେ ଯେମିତି ଗେଲ୍ହା ପୁଅ l ଇ ଡି କିମ୍ବା ସିବିଆଇ ବୋଧେ କୋମାରେ ଜିଲ୍ଲାରେ ଥିବା ଖଣିବିଭାଗ, ଜଙ୍ଗଲ ବିଭାଗ, ତହସିଲ ବିଭାଗ ଏବଂ ପୋଲିସ ବିଭାଗ ଧୃତରାଷ୍ଟ୍ର ସାଜି କୁବେର ପାଲଟି ଗଲେଣି ବୋଲି ସାଧାରଣ ରେ ଚର୍ଚ୍ଚା l ଆସିକା ଅଞ୍ଚଳ କୁ ଯେଉଁ ଅଫିସର ଆସିଛି ଜଣେ ଜଣେ କୁବେର ବନିଯାନ୍ତି ତାହା ନଜିର ବି ଅଛି l ପ୍ରଶାସନ କଳ ମଦ ମାଫିଆ, ବାଲି ମାଫିଆ ଏବଂ ଖଣି ନାଫିଆ ଙ୍କ ଗୁଲାମ ବନି ଯିବା ବି ଦେଖା ଯାଉଛି l ରାଜ୍ୟ ସରକାର ଏବଂ ରାଜ୍ୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ରାଜସ୍ବ ହରଲୁଟ ପ୍ରତି ଧ୍ୟାନ ଦେବା ସହିତ ଏଠାରେ କାର୍ଯାରତ ସରକାରୀ ବାବୁ ମାନଙ୍କ ରହସ୍ୱ ସିବିଆଇ ଦ୍ଵାରା ଯାଞ୍ଚ କରିବାକୁ ସାଧାରଣ ରେ ଦାବୀ ହେଉଛି ଏବଂ ଭଦ୍ର ବାବୁ ମାନଙ୍କ ଅସଲ ମୁଖା ପଦାକୁ ଆସିବା ବି ଜରୁରୀ