
ବ୍ରହ୍ମପୁର : ରବିବାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଗଞ୍ଜାମ ଜିଲ୍ଲା ସୋନପୁର ବାହୁଦା ନଦୀର ପାଶ୍ୱରେ ଏକ ହଜାର ତାଳ ଗୋଟାମା ରୋପଣ କରାଯାଇଛି l ତାଳ ଗଛ ପ୍ରାକୃତିକ ବିପର୍ଯ୍ୟାୟ ବାତ୍ୟା, ବନ୍ୟା ରୁ ସୁରକ୍ଷା ଦେବା ବଜ୍ରପାତ ରୁ ମଧ୍ୟ ଆମ ଧନ ଜୀବନ ରକ୍ଷା କରେ l ତାଳ ଗଛ ଅଧିକ ଉଚ୍ଚତା ହେଇଥିବାରୁ ଏହି ଗଛ ବିଜୁଳି କୁ ନିଜ ଆଡକୁ ଆକର୍ଷିତ କରି ମଣିଷ ଓ ବିଭିନ୍ନ ପଶୁଙ୍କ ଜୀବନ ସୁରକ୍ଷା କରିଥାଏ |
ତାଳ ଗଛ ପରିବେଶ ସୁରକ୍ଷା ସହ ମୃତ୍ତିକା କ୍ଷୟ ମଧ୍ୟ କମାଇଥାଏ ଏବଂ ଏହା ମରୁଡି ବା କମ ପାଣି ରେ ମଧ୍ୟ ବଞ୍ଚି ରହିପାରେ ବୋଲି ଉପଦେଷ୍ଟା ନଳିନୀ କାନ୍ତ ପରିଡା ସୂଚନା ଦେଇଥିଲେ l

ପକ୍ଷୀଙ୍କ ଯନ୍ତ୍ରୀ କୁହାଯାଉଥିବା ବାୟା ଚଢ଼େଇଙ୍କ ପସନ୍ଦର ବାସ ମଧ୍ୟ ଏହି ତାଳ ଗଛ, ତାଳ ଗଛ କମିବା ଦ୍ୱାରା ସେମାନଙ୍କ ବଂଶ ହ୍ରାସ ହେବାରେ ଲାଗିଛି l ବନ୍ୟ ଜନ୍ତୁ ହାତୀ, ବାରହା ଓ ମାଙ୍କଡ଼ମାନଙ୍କ ବର୍ଷା ଦିନିଆ ଖାଦ୍ୟଭାବ ପୂରଣ କରୁଛି ପାଚିଲା ତାଳ l ସ୍ଥାନୀୟ ଲୋକଙ୍କ ରୋଜଗାରର ମାଧ୍ୟମ ମଧ୍ୟ ପାଲଟିଛି ତାଳ ସଜ, ଏ ସବୁର ଗୁରୁତ୍ୱ ଦୃଷ୍ଟିରୁ ଆମ ପରିବେଶରେ ତାଳ ବୃକ୍ଷର ଆବଶ୍ୟକତା ବିଷୟରେ ସଭାପତି ସାଗର କୁମାର ପାତ୍ର ନିଜର ମତ ବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମରେ ସମ୍ପାଦକ ବିଜେନ୍ଦ୍ର ମାଝୀ, ବନରକ୍ଷୀ ଗଣେଷ ଗୌଡ଼, ପୁରୁଷୋତ୍ତମ ସ୍ୱାଇଁ, ଡମ୍ବୁରୁ ବେହେରା, ଦୀନବନ୍ଧୁ ବେହେରା, ଜିତେନ୍ଦ୍ର ପଣ୍ଡା, ଶ୍ରୀକାନ୍ତ ମହାନ୍ତି, ତୁଷାର ନାୟକ ପ୍ରମୁଖ ସ୍ବେଛାସେବୀ ଅଂଶ ଗ୍ରହଣ କରିଥିଲେ l