ମହିଳାଙ୍କ ନାମରେ ଫେକ ଇନ୍ସଟାଗ୍ରାମ ଆକାଉଣ୍ଟ ଖୋଲିବା ପଡିଲା ମହଙ୍ଗା : ୨ ଯୁବକ ଗିରଫ

add-all

ମାଲକାନଗିରି : ଜଣେ ବିଧବା ମହିଳାଙ୍କ ଫୋଟ ସୋସିଆଲ ମିଡିଆରେ ଫେକ ଇନ୍ସଟାଗ୍ରାମ ଆଇଡି ଖୋଲି ସେଥିରେ ଅପଲୋଡ କରି ଗିରଫ ହେଲେ ୨ ଯୁବକ । ମିଳିଥିବା ସୁଚନାନୁଯାୟୀ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତର ଏମଭି-୩୬ ଗ୍ରାମର ସ୍ୱପ୍ନା ମଣ୍ଡଳ ନାମକ ଜଣେ ବିଧବା ମହିଳା ତାଙ୍କର ଫୋଟ ଗୁଡିକ ଅନ୍ୟ କେହି ଜଣେ ମିସେସ ବିଶ୍ୱାସ ନାମକ ଫେକ ଇନ୍ସଟାଗ୍ରାମ ଆକାଉଣ୍ଟ ଖୋଲି ତାଙ୍କର ଫୋଟ ଗୁଡିକ ଏଡିଟ କରି ଅଶ୍ଳୀଳ ବନାଇ ସେଥିରେ ଅପଲୋଡ କରୁଥିଲା । ଏନେଇ ମହିଳା ଜଣଙ୍କ ଗତ ଜୁନ ମାସରେ ଓରକେଲ ଥାନାର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏଥିସହ ମହିଳା ଜଣଙ୍କ ଗ୍ରାମରେ ଥିବା ସୁଜନ ମଜୁମଦାର ନାମକ ଜଣେ ଯୁବକ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ନେଇ ପୋଲିସ କୁ ଜଣାଇଥିବା ବେଳେ ପୋଲିସ ଉକ୍ତ ଯୁବକଙ୍କୁ ଥାନା କୁ ଡକାଇ ପଚରାଉଚରା କରିଥିବା ବେଳେ ଯୁବକ ଜଣଙ୍କ କିଛି ଜାଣି ନଥିବା କହିଥିଲେ। ପରେ ପୋଲିସ କେସ ନଂ ୧୭୫/୨୫ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଉକ୍ତ ଫେକ ଇନ୍ସଟା ଆଇଡି ଟିକୁ ମୋଟୁ ଥାନା ଅନ୍ତର୍ଗତ ଏମପିଭି-୪୧ ଗ୍ରାମର ସଞ୍ଜିତ ହାଲଦାର(୨୨) ନାମକ ଯୁବକ ନିଜ ମୋବାଇଲରେ ଚଳାଉଥିବା ପୋଲିସ ଜାଣିବାକୁ ପାଇଥିଲା। ସଞ୍ଜିତ କୁ ଗିରଫ କରି ପୋଲିସ ଓରକେଲ ଥାନାକୁ ଆଣି ତା ମୋବାଇଲ ଜବତ କରି ଦେଖିଲା ବେଳକୁ ଉକ୍ତ ସୁଜନ ନାମକ ଯୁବକ ହିଁ ମହିଳା ଙ୍କର ସବୁ ଫୋଟ ସେୟାର କରିଥିବା ଦେଖିବାକୁ ପାଇଥିଲେ। ଏହାପରେ ଦୁହିଁଙ୍କ ମୋବାଇଲ ଜବତ କରାଯିବା ସହ ଆଜି ଉଭୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.