ଜମି ମାଫିଆ ମାନଙ୍କ ଦ୍ଵାରା ଚାଷ ଜମିକୁ ଯାଉଥିବା ଆସିକା ପିଲି ନାଳକୁ ବନ୍ଦ ..!

ପ୍ରଶାସନ ଧ୍ୟାନ ଦେବାକୁ ଅନୁରୋଧ….

youtube


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା କଲେଜ ଛକ ନିକଟରେ ଥିବା ପିଲି ନାଳ କୁ ଅବରୋଧ କରି ପେଟ୍ରୋଲ ପମ୍ପ ନିର୍ମାଣ ଅଭିଯୋଗ। ଆସିକା ଅଞ୍ଚଳର ବହୁ ଚାଷ ଉପଯୋଗୀ ଜମିକୁ ଶାଗ ମାଛ ଦରରେ କ୍ରୟ କରି ଜମି ମାଫିଆ ମାନେ ପ୍ଲଟ ନିର୍ମାଣ କରି ଲକ୍ଷ ଲକ୍ଷ ଟଙ୍କା ଲୁଟୁ ଥିବାର ପୂର୍ବରୁ ନଜିର ରହିଛି। ଜମି ମାଫିଆ ମାନେ ନିଜ ସ୍ୱାର୍ଥ ସାଧନ ପାଇଁ ଦୀର୍ଘ ବର୍ଷ ହେଲା ଆସିକା ତାଲୁକା ଅଞ୍ଚଳରେ ଥିବା ଖମା ନାଳର ନିଷ୍କାସନ ପଥ ଅବରୋଧ କରି ଗୃହ ନିର୍ମାଣ, କଳିଙ୍ଗା ରୋଡ଼ ଠାରେ ଥିବା ଷ୍ଟେଟବ୍ୟାଙ୍କ ନିକଟରେ ଥିବା ଜଳ ନିଷ୍କାସନ ପଥ ଅବରୋଧ, ଲକ୍ଷ୍ମୀବଜାର ସ୍ଥିତ ଅନ୍ନାଥ ଅନ୍ନଦାନ କେନ୍ଦ୍ର ଠାରେ ଥିବା ଜଳ ନିଷ୍କାସନ ପଥ, ବିନାୟକ ବଜାର ଠାରେ ଥିବା ଖମା ନାଳ ଦେଇ ଆସିକା ସହର ମଧ୍ୟକୁ ଆସୁଥିବା ବର୍ଷା ଜଳ ନିଷ୍କାସନ ହେଉଥିଲା। ଜମି ମାଫିଆ ମାନେ ଏହିସବୁ ଜଳ ନିଷ୍କାସନ ପଥକୁ ଅବରୋଧ କରି ବଡ଼ ବଡ଼ ଅଟାଳିକା ନିର୍ମାଣ କରିବା ଯୋଗୁଁ ବର୍ଷା ଦିନେ ପ୍ରତି ବର୍ଷ ଆସିକାରେ କୁତ୍ରିମ ବନ୍ୟା ଭଳି ପରିସ୍ଥିତି ଉପୁଜିଛି। ଏଭଳି ଧନ ସମ୍ପତ୍ତି ନଷ୍ଟ ହେଉଥିବା ଯୋଗୁଁ ପରିସ୍ଥିତି ରେ ଆସିକା ସହର ବାସୀ ହନ୍ତସନ୍ତ ହେଉଛନ୍ତି। ପ୍ରକାଶ ଥାଉକି କଲେଜ ଛକ ଠାରୁ କବିସୂର୍ଯ୍ୟନଗର ଯିବା ରାସ୍ତାରେ କେଉଁ ଆଭାହ ମାନ କାଳରୁ ଥିବା ପିଲିନାଳ ରୁ ବର୍ଷା ଜଳ ନିଷ୍କାସନ ହେବା ସହ ସହ ସହ ଚାଷ ଜମିକୁ ଜଳ ଚାଷ କାର୍ଯ୍ୟରେ ଲାଗି ଆସୁଥିଲା। ଏହି ନାଳ କୋଟିନଡ଼ା ଠାରେ ଥିବା ପିଲି ନାଳ ନାମରେ ନାମିତ ରହିଛି। ପିଲି ନାଳରେ ଆସୁଥିବା ଜଳ କେ. ଲଛମନ ପଲ୍ଲୀ ଦେଇ ଚାଷ ଜମିକୁ ବର୍ଷ ତମାମ ଜଳ ନିଷ୍କାସନ ହେଉଥିଲା। ଏହି ପିଲିନାଳ କୁ ଅବରୋଧ କରି ଗୃହ ନିର୍ମାଣ ଓ ଏକ ପେଟ୍ରୋଲ ପମ୍ପ ନିର୍ମାଣ ସକାଶେ ପ୍ରୟାସ ଚାଲିଥିବା ଆଲୋଚନା ଏବେ ଜୋର ଧରିଛି। ପିଲିନାଳ ଅବରୋଧ ହେଲେ ବର୍ଷା ଜଳ ନିଷ୍କାସନ ନହୋଇ ଆସିକା- କବିସୂର୍ଯ୍ୟନଗର ଗମନା ଗମନ ଠପ ହୋଇଯିବାର ସମ୍ଭାବନା ରହିଛି।ତେଣୁ ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣ ରେ ଅନୁରୋଧ l

Leave A Reply

Your email address will not be published.