ତ୍ରୁଟିପୂର୍ଣ୍ଣ ଡ୍ରେନେଜ ବ୍ୟବସ୍ଥା ବର୍ଷା ଯୋଗୁଁ ଅଧା ଆସିକା ଡୁବିଲା….!

add-all

ବ୍ରହ୍ମପୁର: ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ ରେ ବିଭିନ୍ନ ୱାର୍ଡ଼ ରେ ଡ୍ରେନେଜ ନିର୍ମାଣ କରାଯାଇଥିଲା। ଆଜି ଅପରାହ୍ନ ୩ ଘଣ୍ଟା ଠାରୁ ୪ପର୍ଯ୍ୟନ୍ତ ବର୍ଷା ହୋଇଥିଲା।ଏହି ବର୍ଷର ପ୍ରଥମ ବର୍ଷାରେ ଆସିକା ଅଞ୍ଚଳର ଲକ୍ଷ୍ମୀ ବଜାର, ବିନାୟକ ବଜାର, ହରିହର ନଗର, ଅଶୋକ ସିନେମାହଲ, ସୁବର୍ଣ୍ଣପେଟା ସାହି, ହାଟପଦା, ତାଲୁକା ରୋଡ଼, ପାଢ଼ୀ କଲୋନୀ ଆଦି ଅଞ୍ଚଳ ଦୀର୍ଘ ଘଣ୍ଟା ହେଲା ଜଳମଗ୍ନ ହୋଇ ରହିଥିଲା। ଆସିକା ସହରର ବିଭିନ୍ନ ୱାର୍ଡ଼ରେ ପୂର୍ବରୁ ଥିବା ବଡ଼ ବଡ଼ ଡ୍ରେନେଜକୁ ଭାଙ୍ଗି ସଂଙ୍କୁଚିତ ଡ୍ରେନ ନିର୍ମାଣ କରାଯାଇଥିଲା। ତ୍ରୁଟିପୂର୍ଣ୍ଣ ଭାବେ ଡ୍ରେନ ନିର୍ମାଣ ସମ୍ପର୍କ ରେ ଜିଲ୍ଲାପାଳ ଙ୍କୁ ନିର୍ମାଣ ସମୟରେ ଅଭିଯୋଗ କରାଯାଇଥିଲା। ତ୍ରୁଟିପୂର୍ଣ୍ଣ ଡ୍ରେନେଜ ନିର୍ମାଣ ହେବା ଫଳରେ ବର୍ଷା ଜଳ ନିଷ୍କାସନ ନହୋଇ ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ ଡ୍ରେନ ପାଣି ରାସ୍ତା ଉପରେ ଜମା ହୋଇ ରହିଥିଲା। ଯାହା ଫଳରେ ଏହି ସବୁ ଅଞ୍ଚଳର ଜନସାଧାରଣ ଜଳ ବନ୍ଦୀ ଭାବେ କିଛି ସମୟ ରହିଥିଲେ। ଆସିକା ଅଞ୍ଚଳ ରେ ତ୍ରୁଟିପୂର୍ଣ୍ଣ ଡ୍ରେନେଜ ସାଙ୍ଗକୁ ଗତ ବର୍ଷ ଫେବର ରୋଡ଼ ନିର୍ମାଣ ହୋଇଥିଲା। ସହରରେ ଅଧିକାଂଶ ଫେବର ରୋଡ଼ ଦବିଯିବା ସହ କେତେକ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେବା ସହ ଭୁଶୁଡି ପଡିଛି।ଏନେଇ ପୂର୍ବରୁ ନିସର୍ତ୍ତ ରେ ଖବର ପ୍ରକାଶ ହୋଇଥିଲା।

ad-week
Leave A Reply

Your email address will not be published.