ରାୟଗଡ଼ା ଜିଲ୍ଳାର ବିଭିନ୍ନ ସ୍ଥାନରେ ବିଶ୍ବ ଆଦିବାସୀ ଦିବସ ପାଳିତ

youtube

ରାୟଗଡ଼ା : ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଆଦିବାସୀ ସଂଗଠନ ମାନଙ୍କ ଦ୍ବାରା ବିଶ୍ବ ଆଦିବାସୀ ଦିବସ ବଡ଼ ଧୁମଧାମ୍ ରେ ପାଳିତ ହୋଇଯାଇଛି। ରାୟଗଡ଼ା ଜିଶିଡି ପଡିଆଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳନ ହେଉଥିବା ବେଳେ ଗୁଣୁପୁର ଟାଉନ ହଲ ଠାରେ ଓଡିଶା ଆଦିବାସୀ ମଞ୍ଚ ତରଫରୁ ଆଦିବାସୀ ମହିଳା ନେତ୍ରୀ ବିଦୁଲତା ହୁଇକାଙ୍କ ନେତୃତ୍ୱରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ସେହିଭଳି ଜିଲ୍ଲାର ସମସ୍ତ ୧୧ଟି ବ୍ଲକର ସଦରମହକୁମାରେ ପାଳନ ହେଉଛି ବିଶ୍ୱ ଆଦିବାସୀ ଦିବସ। ଗୁଣୁପୁର ସ୍ଥିତ ପୌର ପରିଷଦ ଟାଉନ ହଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ନେତୃତ୍ୱ ନେଉଥିବା ଆଦିବାସୀ ମହିଳା ନେତ୍ରୀ ତଥା ସମାଜସେବୀ ଶ୍ରୀମତୀ ବିଦୁଲତା ହୁଇକାଙ୍କ ଆଦିବାସୀଙ୍କ ସାମାଜିକ ଓ ଶିକ୍ଷା କ୍ଷେତ୍ରର ଉନ୍ନତି ସକାଶେ ଯେଉଁ ଅବଦାନ ଅନନ୍ୟ। ଏହି ଅବସରରେ ସେ ଆଦିବାସୀଙ୍କ ଜୀବନଯାପନ ଶୈଳୀ ଉପରେ ଆଲୋକପାତ କରିବା ସହ ସେମାନଙ୍କର ବିଲୁପ୍ତ ହେବାକୁ ଥିବା ପରମ୍ପରା ଓ ସଂସ୍କୃତି କୁ ବଞ୍ଚାଇ ରଖିବାକୁ ପ୍ରୟାସ କରିବାକୁ ଉପଦେଶ ବାଢ଼ିଥିଲେ। ଏହି ଅବସରରେ ଶ୍ରୀମତୀ ହୁଇକା ଆଦିବାସୀକୁଳ ସମାଜରେ ବସବାସ କରୁଥିବା ସମସ୍ତ ଧର୍ମ ତଥା ସମ୍ପ୍ରଦାୟକୁ ସମ୍ମାନ ଦେବା ସହ ନିଜର ବିନମ୍ର ଓ ସରଳ ଭାବମୂର୍ତ୍ତି ପାଇଁ ସର୍ବଦା ପରିଚିତ ବୋଲି ପ୍ରକାଶ କରିଥିଲେ। ବର୍ତ୍ତମାନ ସମାଜରେ ଆଦିବାସୀ ସଂପ୍ରଦାୟର ଜନଜାତି ଆଜି ସମାଜରେ ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବାରେ ସକ୍ଷମ ହୋଇଛନ୍ତି ।

ଏହି ଅବସରରେ ଜିଲ୍ଲାର ପ୍ରତିଟି ବ୍ଳକର ବହୁ ଆଦିବାସୀ ନେତା ତଥା ବୁଦ୍ଧିଜିବୀ ଓ ସମାଜସେବୀ ଯୋଗ ଦେଇ ନିଜ ନିଜ ଅଞ୍ଚଳର ସମସ୍ୟା ସହ ସଫଳତା ବିଷୟକୁ ନେଇ ଉପସ୍ଥାପନ କରିଥିଲେ। ଏହା ସହ ଆଦିବାସୀ ପରମ୍ପରା ଓ ସଂସ୍କୃତିର ନୃତ୍ୟ, ଗୀତ ପରିବେଷଣ କରି ମନୋରଞ୍ଜନ କରିଥିଲେ। ବହୁ ବୁଦ୍ଧିଜୀବୀ ଓ ସମାଜସେବୀ ଙ୍କୁ ଉକ୍ତ ମଞ୍ଚରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଡ ବାଦଲ ତା, ଆଦିବାସି ମହିଳା ନେତ୍ରୀ ତଥା ସମିତି ସଭ୍ୟା ସେଲେନି ଗମାଙ୍ଗ , ଓଡ଼ିଶା ବିକଳାଙ୍ଗ ମଞ୍ଚ ସଭାପତି ରାକେଶ ହିମରିକା, ଇସମାଇଲ ଶବର, ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସେହିଭଳି ରାୟଗଡ଼ା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ଆଦିବାସୀ ନେତା ତଥା ବୁଦ୍ଧିଜୀବୀ ଓ ଲୋକ ପ୍ରତିନିଧି ଯୋଗ ଦେଇଥିବା ବେଳେ ପୁରା ଜିଲ୍ଲାରେ ଆଦିବାସୀଙ୍କ ମଧ୍ୟରେ ଏକତା ତଥା ସମନ୍ନୟ ରକ୍ଷା କରିବା ନେଇ ପ୍ରତିଶ୍ରୁତିବଦ୍ଧ ହୋଇଥିବା ସହ ଅତି ଆଡମ୍ବର ରେ ଆନନ୍ଦ ଉଲ୍ଲାସର ସହ ଏହି ଦିବସ ପାଳନ କରିଥିଲେ। ଏହି ଅବସରରେ ଓଡ଼ିଶା ଆଦିବାସୀ ମଞ୍ଚ ତରଫରୁ ଗୁଣୁପୁର ଉପଜିଲ୍ଲାପାଳ ଅଭିଷେକ ଡୁଢାଲଙ୍କୁ ଆଦିବାସୀଙ୍କ ସୁରକ୍ଷା ତଥା ସାମାଜିକ ଓ ଅର୍ଥନୈତିକ ସ୍ଥିତି ସୁଦୃଢ଼ କରିବା ନିମନ୍ତେ ସହଯୋଗ କରିବା ନେଇ ଏକ ୧୨ ଦଫା ଦାବିପତ୍ର ପ୍ରଦାନ କରିଥିଲେ।

Leave A Reply

Your email address will not be published.