ସ୍କୁଲ ବାରଣ୍ଡାରେ ମଦ ପିଇ ସାର୍ ମାତାଲ, ଭିଡିଓ ଭାଇରାଲ

youtube

ଘଟଗାଁ : ମାଲ ପିଇ ମାତାଲ ସାର୍  । ହୋସ ହରାଇ ସ୍କୁଲ ବାରଣ୍ଡାରେ ଶୋଇଛନ୍ତି ଶିକ୍ଷକ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତରେ ଥିବା ଭୁଲୁଦା ଦିଣ୍ଡାପାଟ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ବିଜ୍ଞାନ ଶିକ୍ଷକ ମଦ ନିଶାରେ ସ୍କୁଲ ବାରଣ୍ଡାରେ ଶୋଇଥିବା ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ଶିକ୍ଷକ ଜଣକ ମଦପିଇ ଶୋଇପଡିଥିବା ବେଳେ ଛାତ୍ରଛାତ୍ରୀମାନେ ଉଠାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଯେତେ ଉଠାଇଲେ ମଦ ନିଶାରେ ଚୁର ଶିକ୍ଷକ ଉଠୁ ନାହାନ୍ତି । ଭିଡ଼ିଓଟି ଗତକାଲିର ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.