ଟ୍ରାଫିକ ବାବୁ ମାନଙ୍କ ପାଇଁ ହିଁ ବଢୁଛି ବ୍ରହ୍ମପୁର ରେ ଟ୍ରାଫିକ ସମସ୍ୟା…

youtube

ଉଠା ଦୋକାନୀ ଓ ଜବରଦଖଲ କାରୀ ପୋଲିସ ଓ ବି. ଏମ. ସି ର ଗେଲ୍ହା ପୁଅ…!

ଡାକ୍ତର ମାନଙ୍କ ଜବର ଦଖଲ ରେ କୋର୍ଟ ପେଟା ଛକ ଠାରୁ ଗୋକୋନେଶ୍ୱର ମନ୍ଦିର ରାସ୍ତା…

ଡ୍ୟୁଟି ସମୟରେ ମଉଜ ମଜଲିସ ସହ ମୋବାଇଲ ରେ ବ୍ୟସ୍ତ ଟ୍ରାଫିକ ପୋଲିସ …..!
ବ୍ରହ୍ମପୁର: ଦକ୍ଷିଣ ଓଡିଶାର ସିଲ୍ଲକ୍ ସିଟି ଭାବେ ବ୍ରହ୍ମପୁର ସହର ପରିଚିତ। ବ୍ରହ୍ମପୁର ସହରରେ ଟ୍ରାଫିକ ସମସ୍ୟା ଯେତିକି ନାହିଁ। ତାହା ଠାରୁ ଟ୍ରାଫିକ କଣ୍ଟ୍ରୋଲ ପାଇଁ ଦାୟିତ୍ୱ ଡ୍ୟୁଟି ପାଇଁ ଆସୁଥିବା ବାବୁ ମାନଙ୍କ ମେରିମାର୍ଜି ଯୋଗୁଁ ସାଧରଣ ଜନତା ଟ୍ରାଫିକ ର ସମସ୍ୟା ରେ ପଡ଼ି ହନ୍ତସନ୍ତ ହେଉଥିବା ଲକ୍ଷ କରାଯାଇଛି। ବାବୁ ମାନଙ୍କ ମର୍ଜୀରେ ସେମାନେ ଯେଉଁ ଅଞ୍ଚଳକୁ ନୋପାର୍କିଙ୍ଗ ଜୋନ ଚାହିଁବେ ସେହି ଅଞ୍ଚଳ ନୋ ପାର୍କିଙ୍ଗ ଜୋନ ହୋଇ ଯାଏ। ଯେଉଁ ରାସ୍ତା ଦେଇ ସହ ସହ ଯାନବାହାନ ଯାତାୟାତ ହୁଏ ସେଠାରେ ଏକ ତରଫା ରାସ୍ତାର ନିୟମ ରହୁ ନାହିଁ। ପୋଲିସ ର ଟ୍ରାଫିକ କଣ୍ଟ୍ରୋଲ ର ତରିକା ସହ ଟ୍ରାଫିକ ଦାୟିତ୍ୱ ରେ ଥିବା ବାବୁ ମାନଙ୍କ ଟ୍ରାଫିକ ତରିକା ରେ ତାଳମେଳ ରହୁନାହିଁ। ଯାହା ଫଳରେ ପ୍ରତି ସମୟରେ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଲାଗିରହେ।ବାବୁ ମାନେ ମୋବାଇଲ ରେ ବ୍ୟସ୍ତ ରହିବା ଚିହ୍ନା ମୁହଁ ଦେଖି ନୋ ଏଣ୍ଟ୍ରି ରାସ୍ତାରେ ଛାଡ଼ିଦେବା ଯୋଗୁଁ ମଧ୍ୟ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳେ। କେତେକ ବ୍ୟବସାୟ ପରିଷ୍ଠାନକୁ ଗ୍ରାହକ ମାନଙ୍କୁ ନୋ ଜୋନ ରାସ୍ତାରେ ବି ଯିବାକୁ ସୁଯୋଗ ଦିଯାଉଥିବା ଅଭିଯୋଗ ହେଇଛି। ଯେଉଁ ହୋଟେଲ ରେ ମାଗଣା ଖାଦ୍ୟ ବାବୁ ମାନଙ୍କୁ ମିଳେ ସେଠାରେ ଆଉ ନୋ ଜୋନ କାର୍ଯକାରୀ ହୁଏ ନାହିଁ, ବୋଲି ନିକଟରେ ଥିବା ଅନ୍ୟ ଦୋକାନ ରେ ଚର୍ଚ୍ଚା ହୁଏ। ବାବୁ ମାନଙ୍କ ମଧ୍ୟରେ ସୁଧାର ଆସିଲେ ଟ୍ରାଫିକ ସମସ୍ୟା ରେ ଆପେ ଆପେ ସୁଧାର ଆସିବ ବୋଲି ସଚେତନ ମହଲ ରେ ଆଲୋଚନା ହେଉଛି। ଏଠାରେ ସୂଚନା ଥାଉକି

ଡାକ୍ତର ମାନଙ୍କ କ୍ଲିନିକ ଯେଉଁଠାରେ ସେମାନଙ୍କ କ୍ଲିନିକ ପାଇଁ ପାର୍କିଂଙ୍ଗ ପାଇଁ ବ୍ୟବସ୍ଥା ନଥିବା ଯୋଗୁଁ କୋର୍ଟପେଟା ଛକ ଠାରୁ ଗୋକୋନେଶ୍ୱର ମଦିର ଯାଏ ଟ୍ରାଫିକ ସମସ୍ୟା ନକହିବା ଭଲ l ବ୍ରହ୍ମପୁର ଟ୍ରାଫିକ ସମସ୍ୟା ଏହି ରାସ୍ତାରେ ପ୍ରବଳ ଅଭିଯୋଗ ହେଲେ ଏହି ରାସ୍ତା କୁ ଏକ ମୁହାଁ କରାଯାଏ କିନ୍ତୁ ଏହାବି ଦିନେ ଦୁଇ ଦିନ ପାଇଁ ତାହା ପରେ ଯେତେ ମାଠିବୁ ମାଠ ନୀତି l ପୁଣି ବସ ଷ୍ଟାଣ୍ଡ ରେ ଗାଡି ଗୁଡିକ ପାଇଁ ଲଗାମ ବି ନାହିଁ l ଯେମିତି ଶୁଣିବାକୁ ମିଳୁଛି ପ୍ରଶାସନିକ ଅଧିକାରୀ ମାନେ ଡାକ୍ତର ଏବଂ ଗାଡି ମାଲିକ ମାନଙ୍କୁ ହାତ ମାରିବାକୁ ଭୟ l ବି ଏମ ସି ର ଜବର ଦଖଲ ଉଛେଦ ଧର୍ମକୁ ଆଖିଠାର ସଦୃଶ୍ୟ l ନନ୍ଦନ ହୋଟେଲ ପାଇଁ ବଢୁଛି ସହରର ମୁଖ୍ୟ ରାସ୍ତା ମାତ୍ର ପାଞ୍ଚସହ ମିଟର ଦୂରରେ ଟ୍ରାଫିକ ଥାନା କିନ୍ତୁ ଦୀପ ତଳ ଅନ୍ଧାର ସଦୃଶ୍ୟ l ନନ୍ଦନ ହୋଟେଲ ପ୍ରତି ରହିଥିବା ଦୁର୍ବଳତା ବାଟରୁ ଯାଇ ହାଟରେ ଗଡୁଛି ତେଣୁ ବ୍ରହ୍ମପୁର ଟ୍ରାଫିକ ସମସ୍ୟାର ଅନ୍ତ କେବେବି ନାହିଁ କହିଲେଣି ବୁଦ୍ଧିଜୀବୀ l କାଣୀ ବିରାଡ଼ି ର କୁଜି ଅସରପା ଉପରେ ଦାଉ ପରି ବ୍ରହ୍ମପୁର ମହାନଗର ନିଗମ ର କାର୍ଯ୍ୟକଳାପ… I

Leave A Reply

Your email address will not be published.