କାଠଯୋଡ଼ିରେ ବୁଡ଼ିଗଲେ ଦୁଇ ଭାଇ

youtube

କଟକ : କାଠଯୋଡ଼ିରେ ବୁଡ଼ି ଦୁଇ ମୃତ ।  ଅପରାହ୍ଣରେ ୬ ଜଣ ସାଙ୍ଗ ଏକାଠି କାଠଯୋଡ଼ିକୁ ଯାଇଥିବା ବେଳେ ଘଟିଛି ଅଘଟଣ ।  ନଦୀ ଭିତରକୁ ପ୍ରାୟ ଦୁଇଶହରୁ ତିନିଶହ ମିଟର ଭିତରକୁ ଯାଇଥିବା ବେଳେ ଚୋରାବାଲିରେ ଫସି ପାଣିରେ ବୁଡ଼ିଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।  ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।

କିଛି ସମୟ ଖୋଜାଖୋଜି ପରେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।  ଜଣେ ମୃତକଙ୍କ ନାଁ ଶୁଭମ ଓ ଘର କଟକର କାଜିବଜାର ହୋଇଥିବା ବେଳେ ଅନ୍ୟ ଜଣଙ୍କ ମହିଦାସ ବଜାର ଅଞ୍ଚଳର ଲିପୁ ଦାସ ବୋଲି ଜଣାପଡ଼ିଛି ।  ଉଭୟଙ୍କ ବୟସ ୨୦ ବର୍ଷ ଭିତରେ ହେବ  ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.