ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ, ତଦନ୍ତ ଜାରି

youtube

କରଞ୍ଜିଆ : ମଦ୍ୟପ ସ୍ୱାମୀର ଉନ୍ମତ କାଣ୍ଡ ।  ସ୍ତ୍ରୀକୁ ପ୍ଲାଷ୍ଟିକ ପାଇପ ଓ ଲୁହା ରଡ଼ ସାହାଯ୍ୟରେ ପିଟି ପିଟି ହତ୍ୟା କରିବା ପରେ ରାତି ସାରା ସ୍ତ୍ରୀ ସହ ଶୋଇ  ରହିଲା ମଦ୍ୟପ ସ୍ୱାମୀ ।  ଏଭଳି ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଚମ୍ପାଝର ଗାଁରେ  ।  ପରକ୍ରିୟା ପ୍ରୀତି ସନ୍ଦେହରେ ଗତକାଲି ରାତିରେ ପିଟିପିଟି  ସ୍ତ୍ରୀକୁ ହତ୍ୟା କରିବା ପରେ  ମୃତ ସ୍ତ୍ରୀ ସହ ରାତି ସାରା ଶୋଇ ରହିଥିଲା ମଦ୍ୟପ ସ୍ୱାମୀ ।  ମୃତ ସ୍ତ୍ରୀ ଜଣକ ହେଉଛନ୍ତି ସଳିତା ହୋ । ଖବର ପାଇ ମହୁଲଡିହା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ସ୍ୱାମୀ ଉଦୟ ହୋ କୁ ଅଟକ ରଖି ଅଧିକ ପଚରାଉଚରା ଆରମ୍ଭ କରିଛି । ହତ୍ୟା ହେଇଥିବା ଘରକୁ ସିଲ କରିଛି ମହୁଳଡିହା ପୋଲିସ ।  ଅଧିକ ତଦନ୍ତ କରିବା ପାଇଁ ସାଇଣ୍ଟିଫିକ ଟିମକୁ ଡକାଯାଇଛି ।

Leave A Reply

Your email address will not be published.