
ରାଜନଗର : ରାଜନଗରରେ ଚାଞ୍ଚଲ୍ୟ । ସକାଳୁ ସକାଳୁ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ରାଜନଗରରେ ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଟେକିନେଇ ଗଣଦୁଷ୍କର୍ମ । ରାକ୍ଷୀ ପୂର୍ଣ୍ଣିମାରେ ଏହି ଗଣଦୁଷ୍କର୍ମ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସମ୍ପର୍କୀୟ ପିଇସାଙ୍କ ସମେତ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ୪ ଜଣ ଯୁବ ଙ୍କ ସହ ମୋଟ ୫ ଜଣଙ୍କୁ ଉଠେଇ ଆଣିଛି ରାଜନଗର ପୋଲିସ ।
ସୂଚନା ଅନୁସାରେ ରାକ୍ଷୀ ପୂର୍ଣ୍ଣିମା ଦିନ ଉଦଳାରେ ମଧ୍ୟ ନାବାଳିକାକୁ ଜଙ୍ଗଲରେ ଏକୁଟିଆ ପାଇ ୩ ଜଣ ଯୁବକ ମିଶି ଗଣ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଲେ । ଯାହାକୁ ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ୩ ଜଣ ଯୁବକଙ୍କୁ ଗିରଫ କରିବା ସହିତ ୨ ଜଣ ନାବାଳକ ସାଙ୍ଗଙ୍କୁ ଅଟକ ରଖିଥିଲା ।