ସପ୍ତମ ଥର ପାଇଁ ଲାୟନସ୍‌ କ୍ଲବ ସଭାପତି ହେଲେ ଜଗନ୍ନାଥ ମହାପାତ୍ର

youtube

ନବରଙ୍ଗପୁର : 322C 4 ଜିଲ୍ଲା ଲାୟନ୍ସ କ୍ଲବ ଅନ୍ତର୍ଗତ ନବରଙ୍ଗପୁର ଲାୟନ୍ସ କ୍ଲବର ଚଳିତ 2025-26 ଲlୟନଷ୍ଟିକ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଅଛି l ଏଥିରେ ନବରଙ୍ଗପୁର ଲlୟନସ କ୍ଲବର ସଭାପତି ତଥା ବରିଷ୍ଠ ସମାଜସେବୀ ଲାୟନ ଶ୍ରୀ ଜଗନ୍ନାଥ ମହାପାତ୍ର ସପ୍ତମ ଥର ପାଇଁ ସଭାପତି ଭାବେ ମନୋନିତ ହୋଇଥିବା ବେଳେ ସଂପାଦକ ଭାବେ ଲାୟନ ଭୁବନେଶ୍ୱର ସୁର, କୋଷାଧ୍ୟକ୍ଷ ଭାବେ ଲlୟନ୍ ବିଜୟ କୁମାର ଜୈନ, ଉପ ସଭାପତି (l)ଭାବେ ଲାୟନ P ଶେଖର , ଉପ ସଭାପତି (ll)ଭାବେ ଲlୟନ ନନ୍ଦୀକେଶ୍ୱର ରାଓ ସର୍ବସମ୍ମତି କ୍ରମେ ମନୋନିତ ହୋଇଅଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲlୟନ ସରସ୍ୱତୀ ପାତ୍ର IPDG ଯୋଗ ଦେଇ ନୂତନ ଭାବେ ମନୋନିତ ପଦାଧିକାରୀ ମାନଙ୍କୁ ଶପଥ ପାଠ କରାଇଥିବା ବେଳେ ବରିଷ୍ଠ ଲlୟନ କେ. ଧନଞ୍ଜୟ ପଟ୍ଟନାୟକ ନୂତନ ସଭ୍ୟ ମାନଙ୍କୁ ଶପଥ ପାଠ କରାଇଥିଲେ l ନୂତନ ଭାବେ ମନୋନିତ ପଦାଧିକlରୀ ମାନେ ଚଳିତ ଲାୟନଷ୍ଟିକ୍ ବର୍ଷ ପାଇଁ ଅନେକ ଗଠନ ମୁଳକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସ୍ଥିର କରିଥିଲେ l ସଭାପତି ଲlୟନ୍ ଜଗନ୍ନାଥ ମହାପାତ୍ର ସପ୍ତମ ଥର ପାଇଁ ଲlୟନସ କ୍ଲବ୍ ଭଳି ଏକ ଆନ୍ତର୍ଜାତୀୟ ଅନୁଷ୍ଠାନରେ ଗଠନ ମୂଳକ କାର୍ଯ୍ୟ କରିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରିବା ସହ କ୍ଲବର ସମସ୍ତ ସଭ୍ୟଙ୍କୁ ଆନ୍ତରିକ ଧନ୍ୟବାଦ୍ ଜଣାଇଥିଲେ l କ୍ଲବର ସମସ୍ତ କର୍ମକର୍ତ୍ତାଙ୍କୁ ଲାୟନ ଇଞ୍ଜିନୟର ଦିଲୀପ ଦାସ PDG, ବରିଷ୍ଟ ପ୍ରତିଷ୍ଠାତା ସଭ୍ୟ ଲlୟନ୍ ଡ କେ. ଧନଞ୍ଜୟ ପଟନାୟକ , ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ଲlୟାନ୍ PL ମୂର୍ତ୍ତି,ଏବଂ ଲlୟନ୍ ଶ୍ରୀକାନ୍ତ ମହାନ୍ତି, ଲାୟନ୍ ରବି ରେଡ୍ଡୀ, ଲାୟନ ପପୁ ଜୈନ, ଲାୟନ ଦିନ ଦୟାଲ ଜୈନ, ଲାୟନ ଶ୍ରୀନିବାସ ରାଓ, ଲାୟନ ପି. ଶ୍ରୀଧର,ଲlୟନ ଦିନେଶ ଜୈନ,ଲlୟନ୍ ଅଧ୍ୟାପକ ଅଖିଳ କୁମାର ଭଟ୍ଟ, ଲାୟନ ଅଧିବକ୍ତା ବୀରେନ୍ଦ୍ର ନାୟକ, ଲାୟନ ଡି.ମୁରଲୀ ପ୍ରସାଦ ଦାସ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ l

Leave A Reply

Your email address will not be published.