ହରିହର ହାଇସ୍କୁଲ ମିନି ଷ୍ଟାଡିୟମ: ବାବୁମାନଙ୍କ ତ୍ରୁଟିପୂର୍ଣ୍ଣ ଡ୍ରେନେଜ ନିର୍ମାଣ ଯୋଗୁଁ ସାମୁହିକ ଅଗଷ୍ଟ ୧୫ ପେରେଡ ବନ୍ଦ…!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଠାରେ ପ୍ରତି ବର୍ଷ ଅଗଷ୍ଟ ୧୫ ବେଳେ ହରିହର ହାଇସ୍କୁଲର ପଡ଼ିଆ ରେ ବ୍ଲକ ଓ ଏନ.ଏ.ସିରେ ଥିବା କଲେଜ ଏବଂ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ୟାରେଡ ସହ ସଂସ୍କୃତିକ କାର୍ଯ୍ୟକ୍ରମ ହୋଇଆସୁଛି।ହରିହର ହାଇସ୍କୁଲ ଠାରେ ଇଣ୍ଡୋର ଷ୍ଟେଡିୟମ ସମୟରେ ତ୍ରୁଟି ପୂର୍ଣ୍ଣ କଂକ୍ରିଟ ରାସ୍ତା ନିର୍ମାଣ ଯୋଗୁଁ ଖେଳ ପଡ଼ିଆ ରେ ଅସରାଏ ବର୍ଷା ହେଲେ କୁତ୍ରିମ ପୋଖରୀ ର ଭ୍ରମ ସୃଷ୍ଟି ହେଉଛି।ବର୍ଷାଜଳ ନିଷ୍କାସନ ନହେବା ଫଳରେ ଦୀର୍ଘ ଦିନ ପର୍ଯ୍ୟନ୍ତ ପିଲାମାନେ ପ୍ରାକ୍ଟିସ ସାଙ୍ଗକୁ ଖେଳ ଖେଳିବାରୁ ବଞ୍ଚିତ ହେଉଛନ୍ତି। ଏନେଇ ଜିଲ୍ଲାପାଳ ଠାରୁ ନିର୍ବାଚିତ ପ୍ରତିନିଧି ମାନଙ୍କୁ ବାରମ୍ବାର ନିବେଦନ କରିଲେ ସୁଫଳ ମିଳୁନାହିଁ। ଆସନ୍ତା କାଲି ବର୍ଷା ଜଳ ଖେଳ ପଡ଼ିଆ ରେ ଜମି ରହିବା ଯୋଗୁଁ ୭୯ ତମ ସ୍ୱଧିନତା ଦିବସ ପାଳନ ହୋଇ ପାରୁନାହିଁ। ଏହି ପଡ଼ିଆ ରେ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ଧୁମଧାମ ରେ ପାଳିତ ହୋଇଆସୁଛି।ଏହି ଖେଳ ପଡ଼ିଆ ରେ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ସାଙ୍ଗକୁ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୁଏ। ଆଜି ଏହି ଏହି ଖେଳ ପଡ଼ିଆ ଅଲୋଡ଼ା ହୋଇ ପଡିଛି।