ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀର ଜୀବନ ଗଲା, ଅଭିଯୋଗ ଆଣିଲେ ପରିବାର ଲୋକେ

youtube

ଯାଜପୁର: ପୁଣି ସାମ୍ନାକୁ ଆସିଲା ରାଜ୍ୟ ସ୍ୱାସ୍ଥ୍ୟସେବା ଅବହେଳାର ସାଂଘାତିକ ଚିତ୍ର । ଭୁଲ ଇଞ୍ଜେକ୍ସନ ଯୋଗୁଁ ଚାଲିଗଲା ରୋଗୀର ଜୀବନ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀ ମୃତ୍ୟ ଅଭିଯୋଗ ହୋଇଛି । ମୃତକ ହେଲେ କୁଆଖିଆ ଥାନା ବାଉଁଶଅଣ୍ଟା ଗାଁର ଭରତ କୁମାର ଦାସ । ଡାକ୍ତର ଓ ନର୍ସଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ ।

ମା’ ରାହା ଧରି କାନ୍ଦୁଛି । ଧନ ମୋତେ କଥା କହ । ମୋତେ ମା’ ବୋଲି ଟିକେ ଡାକେ । ବାରମ୍ବାର କହୁଛି ମୋ ପୁଅକୁ ଆଣି ଦିଅ । କାହିଁକି ମାରିଦେଲ ତାକୁ । କିନ୍ତୁ କୌଣସି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କର ଦେଖା ଚାହାଁ ନାହିଁ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୁଲ ଇଞ୍ଜେସନ ଯୋଗୁଁ ରୋଗୀ ମୃତ୍ୟୁ ହୋଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରିବାର ବର୍ଗ । ସମ୍ପୃକ୍ତ ଡାକ୍ତର ଓ ନର୍ସଙ୍କ ବିରୁଦ୍ଧରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ଅଭିଯୋଗ ମୁତାଵକ ଭରତ ଦାସ ଗତ କାଲି ପାରିବାରିକ କଳହ ଯୋଗୁ ବିଷାକ୍ତ ଦ୍ରବ୍ୟ ସେବନ କରି ଯାଜପୁର ରୋଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଥିଲା । ଆଜି ସକାଳେ ସେ ସମ୍ପୂର୍ଣ ସୁସ୍ଥ ଅନୁଭବ କରିବା ପରେ ପରିବାର ସହ ମିଶିବା ସହ ପାଖ ରୋଗୀଙ୍କୁ ମଧ୍ୟ ଚାହା ଜଳଖିଆ ଆଣି ଦେଇଥିଲେ । ହଠାତ୍ ନର୍ସ ଆସି ଇଞ୍ଜେକସନ ଦେବା ପରେ ସେ ହଠାତ୍ ଛାଟି ପିଟି ହେଇ ମୃତ୍ୟୁ ବରଣ କରିଥିଲେ । ନର୍ସଙ୍କ ଅବହେଳା ଓ ତ୍ରୁଟିପୂର୍ଣ୍ଣ ଇଞ୍ଜେକସନ ଯୋଗୁଁ ଭରତ ମୃତୁ ବରଣ କରିଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି । ଏ ନେଇ ଡାକ୍ତର ଓ ନର୍ସଙ୍କ ବିରୁଦ୍ଧରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ତେବେ ଏଭଳି ଘଟଣା ବାରମ୍ବାର ରାଜ୍ୟର କୋଣଅନୁକୋଣରୁ ଆସୁଥିଲେ ସୁଦ୍ଧା ଏନେଇ ସଜାଗ ହେଉନାହିଁ ସ୍ୱାସ୍ଥ୍ୟ ବିଭାଗ । ତେବେ ଏହାପରେ ପୁଣି କେଉଁଠୁ ସ୍ୱାସ୍ଥ୍ୟସେବାର ନଗ୍ନଚିତ୍ର ସାମ୍ନାକୁ ଆସୁଛି ତାହା ଦେଖିବାକୁ ବାକି ରହିଲା । କିନ୍ତୁ ଏସବୁ ତ୍ରୁଟିରେ ବଳି ପଡୁଛନ୍ତି ନିରୀହ ରୋଗୀ, ଯଦି ଏଭଳି ସମସ୍ୟା ଲାଗି ରୁହେ, ତେବେ କୌଣସି ରୋଗୀ ଆଉ ଡାକ୍ତରଖାନାକୁ ଯିବାକୁ ଚାହିଁବନି ।

Leave A Reply

Your email address will not be published.