କୀଟନାଶକ ଔଷଧର ସୁରକ୍ଷିତ ବ୍ୟବହାର କର୍ମଶାଳା

youtube

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରାବରା ପଞ୍ଚାୟତ ରାବରା ଗ୍ରାମ ମଧୁକେଶ ମନ୍ଦିର ଠାରେ କୀଟନାଶକ ଔଷଧର ସୁରକ୍ଷିତ ବ୍ୟବହାର ସଂପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାରେ ସ୍ଥାନୀୟ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ବ ଚାଷୀ ଅଂଶଗ୍ରହଣ କରିଥିଲେ । ଜିଲ୍ଲା କୃଷି ଅଧିକାରୀ ପବିତ୍ର ମୋହନ ସାହୁ, ମୃତ୍ତିକା ରସାୟନ ବିତ୍ ନଗେଶ ପଟ୍ଟନାୟକ, ଓଡ଼ଗାଁ କୃଷି ଅଧିକାରୀ ପ୍ରତିଭା ପ୍ରଧାନ ପ୍ରମୁଖ ଯୋଗଦେଇ ଚାଷୀ ମାନଙ୍କୁ କୀଟନାଶକ ଔଷଧର ସୁରକ୍ଷିତ ବ୍ୟବହାର ସଂପର୍କରେ ତାଲିମ ପ୍ରଦାନ କରାଯାଇଛି।

Leave A Reply

Your email address will not be published.