ଗାଈ ଚରାଇବା ବେଳେ ଟାଣି ନେଲା କୁମ୍ଭୀର!

youtube

କେନ୍ଦ୍ରାପଡା :ପୁଣି ଝାମ୍ପିନେଲା କୁମ୍ଭୀର । ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି କେନ୍ଦ୍ରାପଡା ଜିଲା ଆଳି ଥାନାଅନ୍ତର୍ଗତ ମାଣିକପାଟଣା ଗାଁରେ । ସୂଚନାନୁସାରେ ବ୍ରହ୍ମଣୀ ନଦୀ କୂଳରେ ଗାଈ ଚରାଇବା ବେଳେ ଝାମ୍ପି ନେଇଛି ଏକ କୁମ୍ଭୀର । ମାଣିକପାଟଣା ଗାଁ ନିକଟସ୍ଥ ବ୍ରହ୍ମଣୀ ନଦୀ କୁଳରେ ଗାଈ ଚରାଇବା ବେଳେ କୁମ୍ଭୀର ଟାଣି ନେଇଥିବାର ଆଭିଯୋଗ ହୋଇଛି ।

ନିଖୋଜ ଥିବା ବ୍ୟକ୍ତି ହେଉଛନ୍ତି ମାଣିକପାଟଣା ଗାଁର ବୋଲି ଜଣା ପଡ଼ିଛି। ତାଙ୍କ ନାମ ପଞ୍ଚାନନ ଦାସ । ନିକଟରେ ଥିବା ଲୋକେ ପାଟିକରିବାରୁ ସଙ୍ଗେ ସଙ୍ଗେ ଡଙ୍ଗା ସାହାଯ୍ୟରେ ସ୍ଥାନୀୟ ଲୋକେ ଓ ଦମକଳ ବାହିନୀ ସାହାଯ୍ୟରେ ଖୋଜା ଖୋଜି ଜାରି ରଖିଛନ୍ତି ।

Leave A Reply

Your email address will not be published.