
ଭୁବନେଶ୍ୱର : ପୋଲାଭରମ ପ୍ରକଳ୍ପ କାମ ବନ୍ଦ କରାଯାଉ । ପୋଲାଭରମକୁ ନେଇ କେନ୍ଦ୍ରୀୟ ଜଳ କମିଶନଙ୍କୁ ଭେଟି ଦାବି ରଖିଲେ ବିଜେଡି ପ୍ରତିନିଧି ଦଳ । ଜଳ କମିଶନଙ୍କୁ ସ୍ମାରକପତ୍ର ଦେଲେ । ପୋଲାଭରମ ପାଇଁ ମାଲକାନଗିରିର ଅଧିକାଂଶ ଅଞ୍ଚଳ ପ୍ରଭାବିତ ହେବ । ମାଲକାନଗିରି ଜିଲ୍ଲାର ଆଦିବାସୀଙ୍କ ଜୀବନଜୀବିକା ପ୍ରଭାବିତ ହେବ । ତୁରନ୍ତ ଧ୍ୟାନ ଦେବା ସହ ପ୍ରତିକାରମୂଳକ ପଦକ୍ଷେପ ନିଆଯାଉ ବୋଲି ଦାବି କରିଛନ୍ତି ।
୧୦ ଦଫା ଦାବି ଉପସ୍ଥାପନ କରିଛି ବିଜେଡି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସବୁ ପକ୍ଷଙ୍କ ସହ ଆଲୋଚନା ହେଉ । କେନ୍ଦ୍ରୀୟ ଜଳ କମିଶନଙ୍କ ଜରିଆରେ ପୋଲଭରମ ପ୍ରକଳ୍ପ ଯୋଗୁଁ ପ୍ରଭାବିତ ହେବାକୁ ଥିବା ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରାଯାଉ ।
ଓଡ଼ିଶାର ଦାବି ପୂରଣ ନ ହେବା ଯାଏ ପ୍ରକଳ୍ପ କାମ ବନ୍ଦ କରିବାକୁ ଆନ୍ଧ୍ରପ୍ରଦେଶ ସରକାରକୁ ନିର୍ଦ୍ଦେଶ ଦିଆଯାଉ ବୋଲି ବିଜେଡି ଦାବି କରିଛି । ଏହାସହ ଓଡ଼ିଶା ଉଠାଇଥିବା ସମସ୍ୟାର ସମାଧାନ ନ ହେବା ଯାଏ, ପ୍ରକଳ୍ପର ମୂଳ ଡିଜାଇନରେ ପରିବର୍ତ୍ତନ କରା ନ ଯାଉ । ରିଭାଇଜଡ୍ ଡିଜାଇନ ଯୋଗୁଁ ହେବାକୁ ଥିବା ବ୍ୟାକ ୱାଟର ଫ୍ଲଡର ନୂଆରେ ଅନୁଧ୍ୟାନ କରାଯାଉ ।
ମାଲକାନଗିରିରେ ବୁଡ଼ି ଅଂଚଳ ଚିହ୍ନଟ ସହ ଆଦିବାସୀଙ୍କୁ ସୁରକ୍ଷା ପ୍ରଦାନ କରାଯାଉ । ଓଡ଼ିଶା ସହ ଆଲୋଚନା କରି ଥଇଥାନ ଓ ପୁନର୍ବାସର ଚୂଡ଼ାନ୍ତ ଯୋଜନା ହେଉ । ବୁଡ଼ି ଅଂଚଳର ପୁନଃ ସମୀକ୍ଷା କରି ଓଡ଼ିଶା ଉପରେ ଯେପରି ପ୍ରଭାବ ନପଡିବ ସେ ଅନୁଯାୟୀ ପ୍ରକଳ୍ପର ପୁନଃ ଡିଜାଇନ୍ ହେଉ ।
ଏହାସହ ବନ୍ୟା ପ୍ରଭାବକୁ ଦୃଷ୍ଟିରେ ରଖି ସ୍ପିଲ୍ ୱେରୁ ଜଳ ନିଷ୍କାସନ ଓ ଜଳ ଭଣ୍ଡାର ପରିଚାଳନା ନିର୍ଦ୍ଧାରିତ ହେଉ। ଏହାସହ ବ୍ୟାକ ୱାଟରର ପ୍ରଭାବ ନେଇ ଆକଳନ ହୋଇଛି କି ନାହିଁ ତାହା ସ୍ପଷ୍ଟ କରାଯାଉ ବୋଲି ବିଜେଡି ଦାବି ରଖିଛି ।