ଫସିଲା ମୋନୋ ରେଲ୍‌: କ୍ରେନ୍‌ରେ ଯାତ୍ରୀଙ୍କୁ କରାଗଲା ଉଦ୍ଧାର

add-all

ମୁମ୍ବାଇ: ପ୍ରବଳ ବର୍ଷା ମଧ୍ୟରେ ଆଜି ମୁମ୍ବାଇରେ ଏକ ମୋନୋ ରେଲ୍‌ ଟ୍ରେନ୍‌ ଫସି ଯାଇଛି। ଏଥିଯୋଗୁଁ ପ୍ରାୟ ୨ ଶହ ଯାତ୍ରୀ  ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଫସି ରହିଥିଲେ।  ମୋନୋ ରେଲ୍‌ ଏକ ଉଚ୍ଚ ଟ୍ରାକ୍‌ରେ ଯାତ୍ରା କରୁଥିବା ବେଳେ ବିଦ୍ୟୁତ ସରବରାହ ବନ୍ଦ ହୋଇଯିବାରୁ ଏହା ହଠାତ ଠପ୍‌ ହୋଇଯାଇଥିଲା ବୋଲି  ଏମ୍‌ଏମ୍‌ଆର୍‌ଡିଏ (ମୁମ୍ବାଇ ମେଟ୍ରୋପଲିଟାନ୍‌ ରିଜିଅନ୍‌ ଡେଭେଲପ୍‌ମେଣ୍ଟ ଅଥରିଟି) କହିଛନ୍ତି।  ଟ୍ରେନ୍‌ଟି ସନ୍ଧ୍ୟା ପ୍ରାୟ ୬.୧୫ ସମୟରେ ଚେମ୍ବୁରରୁ ଭକ୍ତି ପାର୍କ ମଧ୍ୟରେ ଫସିଥିବା ଜଣାପଡ଼ିଛି।  

ଟ୍ରେନ୍‌ରେ ଏସି ବନ୍ଦ ହୋଇଯିବାରୁ ସେମାନେ ଅଣନିଶ୍ବାସୀ ହୋଇଯାଇଥିଲେ।  ଯାତ୍ରୀମାନେ ମଧ୍ୟ ଝରକା କାଚ ଡେଇଁ ବାହାରିବାକୁ ଉଦ୍ୟମ କରୁଥିବ‌ା ଦେଖିବାକୁ ମିଳିଥିଲା।  ତେବେ ଯାତ୍ରୀମାନଙ୍କୁ ଭୟ ନକରିବାପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କହିବା ସହ ସମସ୍ତଙ୍କ ସୁରକ୍ଷିତ ଉଦ୍ଧାର ସୁନିଶ୍ଚିତ କରିଥିଲେ। ଏହାପରେ ସମସ୍ତ ଯାତ୍ରୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ   କ୍ରେନ୍‌ ସାହାଯ୍ୟରେ  ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.