
ଚୋରୀ ସୁନା କ୍ରୟ କରିଥିବା ଜୁଏଲରି ସଂଘ ସଭାପତିଙ୍କ ନିକଟରୁ ମଧ୍ୟ ଜବତ….

ଘଣ୍ଟ ଘୋଡାଉଛି କି ପୋଲିସ..ଗହଣା ବ୍ୟବସାୟୀ କୁ ଗିରଫ କରିନି ପୋଲିସ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ବଡ଼ ଡୁମ୍ବୁଳା ପଞ୍ଚାୟତର ସୁମନ୍ତ ପୁର ଗ୍ରାମର ପ୍ରହଲ୍ଲାଦଙ୍କ ଘରୁ ନଗଦ ୩ ଲକ୍ଷ ୨୦ ହଜାର ଟଙ୍କା ୮ ଭରି ସୁନାଗହଣା ଚୋରୀ ହୋଇଥିଲା। ଅଭିଯୋଗ କୁ ଭିତ୍ତିକରି ପୋଲିସ ଛାନଭିନ ଆରମ୍ଭ କରି ଚୋର ମାନଙ୍କୁ କାବୁ କରିଥିଲା। ଗିରଫ କେ. ନୂଆଗାଁ ଥାନା ଅଞ୍ଚଳର ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଅଞ୍ଚଳରୁ ଜେ. ମୋହନ,କବିସୂର୍ଯ୍ୟନଗର ଅଞ୍ଚଳର କ୍ରିଷ୍ଣା ପାତ୍ର, ବୁଲୁ ପାତ୍ର ବୋମକେଇ ଗ୍ରାମର ଜେ.ପ୍ରକାଶ ଧରିବା ପରେ ଜେରା ବେଳେ ଚୋରୀ ସୁନା ଶେରଗଡ଼ ଥାନା ପରମାନନ୍ଦପୁର ଗ୍ରାମର ମନୋଜ ପାଢ଼ୀଙ୍କୁ ଦେଇଥିଲେ। ମନୋଜ ସେହି ଚୋରା ସୁନା ମଧ୍ୟରୁ କିଛି ସୁନା ଆସିକା ବିନାୟକ ବଜାର ସ୍ଥିତ ଭେଙ୍କେଟେଶ୍ୱର ଜୁଏଲର୍ସ ଦୋକାନ ରେ ବିକ୍ରି କରିଥିଲେ। ଦିଗପହଣ୍ଡି ପୋଲିସର ଏକ ଟିମ ଆସିକା ବିନାୟକ ବଜାର ଠାରେ ଗତ ବୁଧବାର ସନ୍ଧ୍ୟାରେ ପହଁଞ୍ଚି ଆସୋସିଏସନ ସଭାପତି ଅନିଲ ପୃଷ୍ଟିଙ୍କ ଠାରୁ କ୍ରୟ କରିଥିବା ସୁନାକୁ ପୋଲିସ ଜବତ କରିଥିଲେ। ୪ ଜଣ ଲୁଟେରା ଓ ଚୋରା ସୁନା ନେଇଥିବା ମନୋଜ ପାଢ଼ୀଙ୍କୁ ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ପ୍ରକାଶ ଥାଉକି ଆମ ରାଜ୍ୟ ଓ ଅନ୍ୟ ରାଜ୍ୟରେ ଚୋରି ହେଉଥିବା ସୁନା ଆସିକା ଅଞ୍ଚଳରେ ବିକ୍ରି ହେଉଥିବାର ପୂର୍ବରୁ ନଜିର ରହିଛି। ଆସିକା ଅଞ୍ଚଳର ପ୍ରତିଷ୍ଠିତ କିଛି ବ୍ୟବସାୟୀ ମାନେ ଚୋରା ସୁନାକୁ ଶାଗମାଛ ଦରରେ କ୍ରୟ କରି ଜେଲ ଯାଇଥିବା ରେକର୍ଡ ରହିଛି। ଚୋରା ସୁନା କ୍ରୟ କରି ପୋଲିସ ହାତରେ ଧରାପଡିବା ପରେ ମୋଟା ଅଙ୍କ କାରବାର ହେବା ସହ ଯେତିକି ପରିମାଣରେ ସୁନା ଜବତ ହୁଏ ତାହା ଥାନାକୁ ଯିବା ପରେ ସ୍ୱଳ୍ପ ପରିମାଣରେ ଜବତ ହୋଇଥିବା ଦର୍ଶା ଯାଉଥିବା ନେଇ ଆଲୋଚନା ହୁଏ। ଚୋରା ସୁନା ଧରପଗଡ଼ ଏବଂ ଜବତ ବେଳେ ଦଲାଲ, ମଧ୍ୟସ୍ଥି ଓ ବାବୁ ମାନେ ମାଲା ମାଲ ହେଉଥିବା ନେଇ ଚର୍ଚ୍ଚା ହୁଏ।