ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସାଙ୍ଗଠନିକ ବୈଠକ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ଗାଁ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳାରେ ଜିଲ୍ଲା କଂଗ୍ରେସ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଓଡ଼ିଶା କଂଗ୍ରେସ ପ୍ରଦେଶ ପର୍ଯ୍ୟବେକ୍ଷକ ଅଖିଳ ଭାରତ କଂଗ୍ରେସ କମିଟି କିଷାନ କଂଗ୍ରେସର ଜାତୀୟ ସଂଯୋଜକ ଯୋଗଦେଇ ଓଡ଼ଗାଁ ବ୍ଲକ କଂଗ୍ରେସ ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ଉପସ୍ଥିତ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।ଆଗାମୀ ସାଙ୍ଗଠନିକ ବୈଠକରେ ବ୍ଲକ କଂଗ୍ରେସ କମିଟି ସଭାପତି ଚୟନ ପାଇଁ ବିଭିନ୍ନ ବର୍ଗର କାର୍ଯ୍ୟକର୍ତ୍ତାଙ୍କ ଠାରୁ ମତାମତ ଗ୍ରହଣ କରିଥିଲେ।ଓଡ଼ଗାଁ ବ୍ଲକ ପୂର୍ବତନ କଂଗ୍ରେସ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଜିଲ୍ଲା ପୂର୍ବତନ ସଭାପତି ରଣଜିତ୍ ଦାସ, ବରିଷ୍ଠ ନେତା ମନୋଜ ସାହୁ, ବିଭୁପ୍ରସାଦ ମିଶ୍ର, ପ୍ରତୀକ ମହାପାତ୍ର, ନିରଞ୍ଜନ ତ୍ରିପାଠୀ, ଦେବରାଜ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ମଦନ ବିଶୋଇ, ଆଲୋକ ଚନ୍ଦ୍ର ପ୍ରଧାନ, ବିଭୂତି ରାଉତ ପ୍ରମୁଖ ଉକ୍ତ ବୈଠକରେ ଯୋଗ ଦେଇଥିଲେ ।

ad-week
Leave A Reply

Your email address will not be published.