ଟାଟା ପାୱାର ର ମନମାନି ଯୋଗୁଁ ଗ୍ରାହକ ହନ୍ତସନ୍ତ…..!

add-all


ବାବୁ ମାନଙ୍କ ବିନା ମର୍ଜିରେ ପତ୍ର ହଲୁନି…..!
ବ୍ରହ୍ମପୁର: ଆସିକା ଅଞ୍ଚଳରେ ବିଦ୍ୟୁତ ଉପ ଭକ୍ତଙ୍କ ସାଧାରଣ ଅଭିଯୋଗ ଶୁଣିବାକୁ ବାବୁ ମାନେ ନାରାଜ। ବିଦ୍ୟୁତ ସମସ୍ୟା ରେ ସାମନ୍ୟ ତ୍ରୁଟି ଥିଲେ ଅଭିଯୋଗ କରିବାକୁ ଗଲେ ଦାୟିତ୍ୱ ରେ ଥିବା ବାବୁ ମାନେ ବିଭିନ୍ନ ଆଳ ଦେଖାଇ ଡକ୍ୟୁମେଣ୍ଟ ଭୁଲ ଅଛି ଏ ଅଫିସ ଯାଅ ସେ ଅଫିସ ଯାଅ କହିବା ଫଳରେ ବିତ୍ୟୁତ ଉପଭୋକ୍ତା ନାହିଁ ନଥିବା ହଟହଟା ହେଉଥିବା ଦେଖିବାକୁ ମିଳୁଛି। ଫିଉଜ ହେଲେ କିମ୍ବା ସାମନ୍ୟା ତ୍ରୁଟି ଦେଖା ଦେଲେ ପୂର୍ବରୁ ଥିବା ମିଟର ବଦଳ କରିବାକୁ କହିବା ସହ ନୂତନ ଭାବେ ପୁଣି ବିଦ୍ୟୁତ ସଂଯୋଗ ନେବାକୁ କହିବା ଓ ବିଭିନ୍ନ ଆଳ ଦେଖାଇ ସ୍ମାର୍ଟ ମିଟର ଲଗାଇ ବାକୁ ବାଧ୍ୟ କରାଯାଉ ଥିବା ଅଭିଯୋଗ ହେଉଛି। ପୂର୍ବରୁ ଥିବା ସଂଯୋଗ କାଟି ନୂତନ ସଂଯୋଗ ପାଇଁ ଆବେଦନ କରିଲେ ବିଭିନ୍ନ ଆଳ ଦେଖାଇ ବା ସହ ଏରତିଙ୍ଗ ନାହିଁ କହିବା ସହ ପରିବାର ଅନ୍ୟ ସଦସ୍ୟ ମାନଙ୍କ ସହମତି ଥିବା ନଥିପତ୍ର ଦେବାକୁ ଦାବୀ କରାଯାଉଥିବା ନେଇ ଅଭିଯୋଗ ହେଉଛି। ଆସିକା ଅଞ୍ଚଳରେ ଥିବା ସତ୍ୟନାରାୟଣ ମନ୍ଦିର ପ୍ରାଙ୍ଗଣରେ ଥିବା କାର୍ଯ୍ୟାଳୟ ରେ ଥିବା ବବୁ ମାନଙ୍କ ଚୌକି ଅଧିକାଂଶ ସମୟ ଖାଲି ରହିବା ବାବୁ କୁଆଡେ ଗଲେ ପଚାରିଲେ ଅଣ ଓଡ଼ିଆ କର୍ମଚାରୀ ମାନେ ଠିକ ଉତ୍ତର ନଦେବା ଅଧିକ ପଚାରିଲେ ନାଲି ଆଖି ଦେଖାଇବା ନେଇ ବି ଅଭିଯୋଗ ହେଉଛି। ଟାଟା ପାୱାର କିଛି କର୍ମଚାରୀ ମାନଙ୍କ ମାନ ମାନି ଯୋଗୁଁ ବିଦ୍ୟୁତ ଉପଭକ୍ତାଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ସାଧାରଣ କଥା କୁ ଟୋଲଫ୍ରି ନମ୍ବର କୁ କଲ କର କୁହାଯାଉଛି। ଅଶିକ୍ଷିତ ବିଦ୍ୟୁତ ଗ୍ରାହକ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟାଟା ପାୱାର କର୍ମଚାରୀ ମାନଙ୍କ ମଧ୍ୟରେ ସୁଧାର ନଆସିଲେ କେଉଁ ସମୟରେ କେଉଁ ଭଳି ପରିସ୍ଥିତି ଉପୁଜିବ କିଏ ଅବା କହିବ।

ad-week
Leave A Reply

Your email address will not be published.