ଆସିକା ପୋଲିସ ଦ୍ୱାରା ଜୁଆ ଆଡ୍ଡା ଉପରେ ଚଢ଼ାଉ ୮ ଜୁଆଡ଼ି ଗିରଫ ଟଙ୍କା ଜବତ….!

add-all

ବ୍ରହ୍ମପୁର : ପାର୍ବଣ ଋତୁ ପୂର୍ବରୁ ଗାଁ ରୁ ସହର ପର୍ଯ୍ୟନ୍ତ ପରମ୍ପରା କୁ ଆଳ କରି ଜୁଆ ଖେଳ ଆରମ୍ଭ ହେଲାଣି। ଆଜି ଆସିକା ପୋଲିସ ପକ୍ଷରୁ ବାଲିଛାଇ ଗ୍ରାମରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଥିଲେ। ୮ ଜଣ ଜୁଆଡ଼ିଙ୍କୁ ଗିରଫ କରାଯିବା ସହ ୨୦ ହଜାର ୬୦୦ ଟଙ୍କା, ମୋବାଇଲ ୪ ଟି ଓ ତାସ ଜବତ କରା ଯାଇଛି। ଏନେଇ ଆସିକା ଥାନା ୪୮୧/ ୨୫ ରେ ମାମଲା ରୁଜୁ କରାଯାଇଛି । ଦଶହରା ପୂର୍ବରୁ ବିଭିନ୍ନ ଗ୍ରାମାଞ୍ଚଳ ରେ ପରମ୍ପରା କୁ ଆଳ କରି ଜୁଆ ଆଡ୍ଡା ଚାଲୁ ଥିବା ନେଇ ଖବର ପାଇ ପୋଲିସ ବାଲିଛାଇ ଗ୍ରାମରେ ଅଚାନକ ଚଢ଼ାଉ କରିଥିଲେ ପୋଲିସ କୁ ଅନ୍ୟ ଜୁଆଡ଼ି ମାନେ ଦୌଡ଼ି ଚାଲି ଯାଇଥିଲେ। ଆଜିର ଏହି ଚଢ଼ାଉ ପରେ ରୀତିମତ ପେଟ୍ରୋଲିଙ୍ଗ ବ୍ୟବସ୍ଥା କଡ଼ା କଡ଼ି କରାଯିବା ସହ ଜୁଆ ଆଡ୍ଡା ମାନଙ୍କ ଉପରେ ଚଢ଼ାଉ ଜାରି ରହିବ ଵୋଲି ଆସିକା ଥାନା ଅଧିକାରୀ କୁଳ ମଣି ସେଠି ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.