ମାଲକାନଗିରି ରେ ଅଭାବୀ ୟୁରିୟା ପାଇଁ ରାସ୍ତାରୋକ କଲା ନବ ନିର୍ମାଣ କୃଷକ ସଙ୍ଗଠନ

add-all

ମାଲକାନଗିରି : ଜିଲ୍ଲାରେ ଚାଷି ମାନେ ୟୁରିୟା ସାର ଠିକ୍ ଭାବେ ପାଉନଥିବା ବେଳେ ବ୍ୟାପକ ସଲ ନଷ୍ଟ ହେବାରେ ଲାଗିଛି । ଯାହାକୁ ବିରୋଧ କରି ଆଜି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମାଲକାନଗିରି ଜିଲ୍ଲାରେ ଆନ୍ଦୋଳନ କରୁଛନ୍ତି । ଆଜି ସାରର ଅଭାବି ବିକ୍ରିକୁ ନେଇ ଶିଖପାଲି ଛକ ଠାରେ 326 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଶହ ଶହ ଚାଷୀ । ରାସ୍ତା ରୋକ ହେବା ସହ ରାଜ ରାସ୍ତାରେ ଚାଷୀଙ୍କ ଆନ୍ଦୋଳନ ଚାଲିଥିବାରୁ ମାଲକାନଗିରି ଓ କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଶିଖପାଲି ଛକର ଉଭୟ ପଟେ ଶତାଧିକ ଯାନ ବାହାନ ଅଟକି ରହିଥିଲା । ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରିଙ୍କୁ ବୁଝା ସୁଝା କରିବା ସହ ଆନ୍ଦୋଳନ କାରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ହେଲେ ଆଗାମୀ ଦିନରେ ୟୁରିୟା ସାର ନମିଳିବା ପର୍ଯ୍ୟନ୍ତ ଚାଷୀଙ୍କ ଏହି ଆନ୍ଦୋଳନ ଜାରି ରହିବ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧମକ ଦିଆଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ଏହାର ସମାଧାନ କରିବାକୁ ଯଥା ସମ୍ଭବ ପ୍ରୟାସ ଜାରୀରହିଥିବା ସୂଚନା ମିଳିଛି ।

ad-week
Leave A Reply

Your email address will not be published.