ପଣସପୁଟ ଠାରେ ଯୁଗ୍ମ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ

add-all

ମାଲକାନଗିରି : ଆଜି ଚିତ୍ରକୋଣ୍ଡା ବ୍ଲକ୍ ପଣସପୁଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ  ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ।    
ଆଜି ମୋଟ ୧୧୨ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା l  ସେଥି ମଧ୍ୟରୁ ୩୬ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୭୬ ଗୋଟି ସାମୁହିକ ଅଭିଯୋଗ ରହିଥିଲା। ଏଥି ମଧ୍ୟରୁ ୪ ଗୋଟି ଜମିଜମା ସମ୍ବନ୍ଧୀୟ, ୩ ଗୋଟି ଚାକିରୀ ସମ୍ବନ୍ଧୀୟ, ୩୬ ଗୋଟି ଜଙ୍ଗଲ ଜମି ଏବଂ ୬୯ ଗୋଟି ରାସ୍ତା, ସେତୁ, ବିଦ୍ୟାଳୟ କୋଠା, ପାନୀୟ ଜଳ, ମୋବାଇଲ ଟାୱାର ସମ୍ପର୍କିତ ଅଭିଯୋଗ ରହିଥିଲା । ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ବନଖଣ୍ଡ ଅଧିକାରୀ ସାଇ କିରଣ, ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ, ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଚିତ୍ରକୋଣ୍ଡା ବିଡିଓ, ତହସିଲଦାର , ସହାୟକ ଜିଲ୍ଲାପାଳ ନିର୍ବାଚନ ଅଶୋକ ଚକ୍ରବର୍ତ୍ତୀଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଏହି ଶୁଣାଣୀରେ ରାସନ୍ କାର୍ଡ, ଶ୍ରମ କାର୍ଡ, ଆଧାର କାର୍ଡ ଅପଡେଟ, ଜଙ୍ଗଲ ଜମି ପଟ୍ଟା, ସୁଭଦ୍ରା ଯୋଜନା, ସ୍ଵାସ୍ଥ୍ୟ କାର୍ଡ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ପାଇଁ କ୍ୟାମ୍ପ କରାଯାଇ ଅନଲାଇନ୍ ସେବା ଯୋଗାଇ ଦିଆଯାଇଥିଲା।

ad-week
Leave A Reply

Your email address will not be published.