ନୌସେନାକୁ ବୁଷ୍ଟ କରିବ ସବ୍‌ମରିନ୍ ଡିଲ୍, ଜର୍ମାନୀଠାରୁ ଭାରତ କିଣିବ ୬ ବୁଡ଼ାଜାହାଜ

add-all

ନୂଆଦିଲ୍ଲୀ: ଭାରତ ସରକାର ବାୟୁସେନା ଓ ନୌସେନାର ଶକ୍ତି ବଢ଼ାଇବା ପାଇଁ ଦୁଇଟି ବଡ଼ ଚୁକ୍ତି ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଛଅ ମାସ ଧରି ଅଟକି ରହିବା ପରେ, କେନ୍ଦ୍ର ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ମଝଗାଓଁ ଡକ୍‌ୟାର୍ଡସ ଲିମିଟେଡ୍ (MDL)କୁ ପ୍ରୋଜେକ୍ଟ ୭୫ ଇଣ୍ଡିଆ (P-75I) ଅଧୀନରେ ଛଅଟି ଉନ୍ନତ ବୁଡ଼ାଜାହାଜ ନିର୍ମାଣ ପାଇଁ ଜର୍ମାନୀର ଥିସେନକ୍ରୁପ୍ ମାରିନ୍ ସିଷ୍ଟମ୍ସ (TKMS) ସହିତ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି। ପ୍ରତିରକ୍ଷା ଅଧିକାରୀଙ୍କ ଅନୁଯାୟୀ, ଏହି ପ୍ରକ୍ରିୟା ଏହି ମାସ ଶେଷ ସୁଦ୍ଧା ଆରମ୍ଭ ହେବାର ଆଶା କରାଯାଉଛି।

ପ୍ରଥମ ଚୁକ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ମଝଗାଓଁ ଡକ୍‌ୟାର୍ଡସ ଲିମିଟେଡ୍‌ (ଏମ୍‌ଡିଏଲ୍‌) ଜର୍ମାନୀଠାରୁ ୬ଟି ବୁଡ଼ାଜାହାଜ କିଣିବେ। ସରକାର ‘ପ୍ରୋଜେକ୍ଟ ୭୫ ଇଣ୍ଡିଆ’ରେ ଭାରତରେ ନିର୍ମିତ ହେଉଥିବା ଏହି ବୁଡ଼ାଜାହାଜର କ୍ରୟକୁ ନେଇ କଥାବାର୍ତ୍ତା ଆରମ୍ଭ ଲାଗି ଅନୁମୋଦନ ଦେଇଛନ୍ତି। ଏହି ଚୁକ୍ତି ୭୦ ହଜାର କୋଟି ଟଙ୍କାରେ ହୋଇପାରେ। ସେହିଭଳି ଭାରତ ସରକାର ଇସ୍ରାଏଲଠାରୁ ର‌୍ୟାମ୍ପେଜ୍‌ ଏୟାର-ଟୁ-ଗ୍ରାଉଣ୍ଡ ମିସାଇଲ କିଣିବେ।

ସୂତ୍ର ମୁତାବକ, ଖୁବଶୀଘ୍ର ଏହି ଅର୍ଡର ପାଇଁ ଫାଷ୍ଟଟ୍ରାକ୍‌ ଭିତ୍ତିରେ ପ୍ରକ୍ରିୟା ଆରମ୍ଭ ହେବ। ଅପରେସନ ସିନ୍ଦୂର ବେଳେ ପାକିସ୍ତାନର ମୁରିଦ୍‌କେ ଓ ବହାବଳପୁରସ୍ଥିତ ଆତଙ୍କବାଦୀଙ୍କ ମୁଖ୍ୟାଳୟ ଉପରେ ସଠିକ୍‌ ଆକ୍ରମଣ ପାଇଁ ର‌୍ୟାମ୍ପେଜ୍‌ ମିସାଇଲ୍‌କୁ ବ୍ୟବହାର କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ଚଳିତବର୍ଷ ଜାନୁଆରୀରେ ଜର୍ମାନ୍‌ କମ୍ପାନି ଥିସେନକ୍ରୁପ୍‌ ମେରାଇନ୍‌ ସିଷ୍ଟମ୍ସ ସହ ଏୟାର ଇଣ୍ଡିପେଣ୍ଡେଣ୍ଟ ପ୍ରପଲ୍‌ସନ ସିଷ୍ଟମ୍‌ ବିଶିଷ୍ଟ ୬ଟି ବୁଡ଼ାଜାହାଜ ଉତ୍ପାଦନ ଲାଗି ମଝଗାଓଁ ଡକ୍‌ୟାର୍ଡକୁ ନିଜ ଭାଗୀଦାର ଭାବେ ଚୟନ କରିଥିଲା।

ad-week
Leave A Reply

Your email address will not be published.