ଶତ୍ରୁ ଦେଶକୁ CDS ଜେନେରାଲ ଅନିଲ୍ ଚୌହାନଙ୍କ ଚେତାବନୀ; ଯଦି ଶାନ୍ତି ଚାହୁଁଛ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ…’

youtube

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମୁଖ୍ୟ (CDS) ଜେନେରାଲ ଅନିଲ୍ ଚୌହାନ ଚୀନ, ପାକିସ୍ତାନକୁ ସିଧାସଳଖ ବାର୍ତ୍ତା ଦେଇଛନ୍ତି । ସେ ଦେଶର ସୁରକ୍ଷା ଏବଂ ଭବିଷ୍ୟତର ପ୍ରସ୍ତୁତି ଉପରେ ମଧ୍ୟ ଅନେକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭାରତ ସର୍ବଦା ଶାନ୍ତିର ସମର୍ଥକ ରହିଆସିଛି, କିନ୍ତୁ ଶକ୍ତି ବିନା ଶାନ୍ତି କେବଳ ଏକ କଳ୍ପନା ହୋଇ ରହିଥାଏ ।

ଜେନେରାଲ ଚୌହାନ ଅପରେସନ ସିନ୍ଦୂର ଏବଂ ଆଗାମୀ ସମୟରେ ଭାରତର ନୂଆ ପ୍ରତିରକ୍ଷା ପ୍ରଣାଳୀ ସୁଦର୍ଶନ ଚକ୍ର ଉପରେ ମଧ୍ୟ ଖୋଲାଖୋଲି ଭାବରେ ଆଲୋଚନା କରିଛନ୍ତି । CDS କହିଛନ୍ତି ଯେ ଆଧୁନିକ ଚ୍ୟାଲେଞ୍ଜଗୁଡ଼ିକୁ ସାମ୍ନା କରିବାକୁ କେବଳ ଶାନ୍ତିର ଇଚ୍ଛା ପର୍ଯ୍ୟାପ୍ତ ନୁହେଁ, ବରଂ ଏହା ସହିତ ରଣନୀତିକ ଶକ୍ତି ଏବଂ ପ୍ରସ୍ତୁତି ମଧ୍ୟ ଜରୁରୀ । ସେ କହିଛନ୍ତି, ସୁଦର୍ଶନ ଚକ୍ର କେବଳ ଦେଶର ସାମରିକ ଏବଂ ବେସାମରିକ ସ୍ଥଳଗୁଡ଼ିକୁ ସୁରକ୍ଷା ଦେବନାହିଁ, ବରଂ ଏହା ଭାରତର ପ୍ରତିରକ୍ଷା ରଣନୀତିରେ ନୂଆ ଦିଗ ମଧ୍ୟ ସ୍ଥିର କରିବ ।

CDS ଚୌହାନ ସ୍ପଷ୍ଟ କରିଛନ୍ତି ଯେ ଭାରତ ଶାନ୍ତିପ୍ରିୟ ଦେଶ, କିନ୍ତୁ ଆମକୁ କୌଣସି ବି ସ୍ଥିତିରେ ଶାନ୍ତିବାଦୀ ବୋଲି ବିବେଚନା କରାଯିବା ଉଚିତ ନୁହେଁ । ଶାନ୍ତି ବଜାୟ ରଖିବା ପାଇଁ ଶକ୍ତି ଜରୁରୀ । ଯେମିତି କି, ଗୋଟିଏ ଲାଟିନ୍ କଥା ଅଛି ଯେ, ‘ଯଦି ଶାନ୍ତି ଚାହୁଁଛ, ତେବେ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ’ । ଅପରେସନ ‘ସିନ୍ଦୂର’ ବିଷୟରେ ସେ କହିଥିଲେ କି, ଏହା ଏକ ଆଧୁନିକ ସଂଘର୍ଷ ଥିଲା, ଯେଉଁଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ମିଳିଛି ।

ଭାରତର ନୂତନ ପ୍ରତିରକ୍ଷା ପ୍ରଣାଳୀ ‘ସୁଦର୍ଶନ ଚକ୍ର’ ସମ୍ପର୍କରେ ଚୌହାନ କହିଛନ୍ତି, ଏହି ପ୍ରଣାଳୀ ଭାରତର ଗୁରୁତ୍ୱପୂର୍ଣ୍ଣ ସାମରିକ, ବେସାମରିକ ଏବଂ ଜାତୀୟ ସ୍ଥାନଗୁଡ଼ିକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ । 

Leave A Reply

Your email address will not be published.