
ନୂଆନିଲ୍ଲୀ: ଭାରତୀୟ ନୌସେନାକୁ ଆଜି ମିଳିବାକୁ ଯାଉଛି ସମୁଦ୍ରର ଦୁଇଟି ସେଣ୍ଟିନେଲ୍ INS ଉଦୟଗିରି ଏବଂ INS ହିମଗିରି । ଉଭୟ ଯୁଦ୍ଧଜାହାଜ ଆଜି ଅପରାହ୍ନ ୨.୪୫ମିନିଟରେ ଭାରତୀୟ ନୌସେନାରେ ସାମିଲ ହେବେ। ଦୁଇଟି ଯୁଦ୍ଧଜାହାଜକୁ ଏକକାଳୀନ ନୌସେନାରେ ସାମିଲ କରାଯାଉଛି । ଯାହା ପ୍ରଥମ ଥର ହେବାକୁ ଯାଉଛି । ଏହା ସହିତ, ଭାରତ ପାଖରେ ଏକ ତିନି-ଫ୍ରିଗେଟ୍ ସ୍କ୍ୱାର୍ଡନ୍ ରହିବ । ଯାହା ସ୍ୱଦେଶୀ କ୍ଷମତା ମାଧ୍ୟମରେ ଦେଶର ଇଣ୍ଡଷ୍ଟ୍ରିଆଲ ଟେକନିକ୍ ଏବଂ ଶକ୍ତିର ପ୍ରଦର୍ଶନ କରିବ । ଜୁଲାଇ ୧ ରେ ନୀଳଗିରି କ୍ଲାସ ଷ୍ଟେଲ୍ଥ ଫ୍ରିଗେଟ୍ ଉଦୟଗିରି ଏବଂ ଜୁଲାଇ ୩୧ ରେ ପ୍ରୋଜେକ୍ଟ-17A ନିର୍ମିତ ହୋଇ ଆଡଭାନ୍ସଡ୍ ଷ୍ଟେଲ୍ଥ ଫ୍ରିଗେଟ୍ ହିମଗିରି ନୌସେନାକୁ ହସ୍ତାନ୍ତର କରାଯାଇଥିଲା । ବିଶାଖାପାଟଣା ନାଭାଲ ବେସରେ ହେବ ସ୍ବତନ୍ତ୍ର ସମାରୋହ । ଯାହାଦ୍ବାରା ଭାରତୀୟ ନୌସେନାର ଶକ୍ତି ବଢାଇବ ।
ସୂଚନାନୁଯାୟୀ, ଏହି ଦୁଇଟି ଜାହାଜ ପ୍ରୋଜେକ୍ଟ ୧୭A ଅଧୀନରେ ନିର୍ମିତ ହୋଇଛି ଯାହାର ସୂଚନା ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଛି । ଏଗୁଡ଼ିକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଯାହା ଶତ୍ରୁପକ୍ଷ ରାଡାର, ଇନଫ୍ରାରେଡ୍ ଏବଂ ଶବ୍ଦ ସେନ୍ସରରୁ ରକ୍ଷା ପାଇପାରିବ । ଉଭୟ ଯୁଦ୍ଧଜାହାଜ ଯାହା ନୌସେନାର ଶକ୍ତିକୁ ବୃଦ୍ଧି କରିବ ।
କୋଲକାତାର ଗାର୍ଡେନ୍ ରିଚ୍ ସିପ୍ ବିଲ୍ଡର୍ସ ଆଣ୍ଡ୍ ଇଞ୍ଜିନିୟର୍ସ (GRSE)ଙ୍କ ଦ୍ୱାରା INS ହିମଗିରି ନିର୍ମାଣ ହୋଇଛି । ଯାହାର ନାମ ପୁରୁଣା INS ହିମଗିରିରୁ ନିଆଯାଇଛି । ସେହି ଭଳି ଭାବରେ INS ଉଦୟଗିରିକୁ ମୁମ୍ବାଇର ମାଜଗାଓଁ ଡକ୍ ସିପ୍ ବିଲ୍ଡର୍ସ ଲିମିଟେଡ୍ ଦ୍ୱାରା ନିର୍ମାଣ କରାଯାଇଛି । ଯାହା ଆନ୍ଧ୍ରପ୍ରଦେଶର ଉଦୟଗିରି ପର୍ବତମାଳାର ନାମାନୁସାରେ ନାମିତ କରାଯାଇଛି । ଏହି ଉଭୟ ଯୁଦ୍ଧଜାହାଜ ମାତ୍ର ୩୭ ମାସ ମଧ୍ୟରେ ନିର୍ମିତ ହୋଇଥିବା ସୂଚନା ମିଳିଛି ।