ଗଞ୍ଜାମ ଜିଲ୍ଲାସ୍ତରୀୟ ବ୍ୟାଟମିଣ୍ଟନ ପ୍ରତିଯୋଗିତାର ଉଦଯାପନୀ ଦିବସରେ ଚମକିଲେ ଅଭିନାଶ….

youtube

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ବିଜୁପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ ଦୀର୍ଘ ତିନି ଦିନ ଧରି ଚାଲିଥିବା ବ୍ୟାଟମିଣ୍ଟନ ପ୍ରତିଯୋଗିତାର ଆଜି ଉଦଯାପନୀ ଉତ୍ସବ ପାଳିତ ହୋଇ ଯାଇଛି l ମେନସ ସିଙ୍ଗଲ, ମେନସ ଡବଲ, ମାଷ୍ଟର ୪୦ ପ୍ଲସ ପରି ବିଭିନ୍ନ କ୍ରେଟୋ କେରିର ୬୦ ଟିମ କୁ ନେଇ ଏହି ବ୍ୟାଟମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପ୍ରତିଯୋଗିତାରେ ଖେଳାଳି ମାନେ ନିଜ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିବା ବେଳେ ମେନସ୍ ଡବଲ ବ୍ୟାଟମିଣ୍ଟନ ପ୍ରତିଯୋଗିତା ରେ ଅବିନାଶ ମୁନି ଓ ପ୍ରତୀକ ବେହେରା ଚମ୍ପିୟାନ ସାଇନାଥ ମହାନନ୍ଦ ଓ ଗୁପ୍ତେଶ୍ୱର ପାତ୍ର ରନରସ୍ ଅଫ୍ ହୋଇଥିଲେ l ସେହିପରି ମେନସ ସିଙ୍ଗଲ ବ୍ୟାଟମିଣ୍ଟନ ପ୍ରତିଯୋଗିତା ରେ ଅବିନାଶ ମୁନି ଚମ୍ପିୟାନ ହୋଇଥିବା ବେଳେ ରୁଦ୍ର ସାମନ୍ତ ରନରସ୍ ଅଫ ଭାବେ ବିଜେତା ହୋଇଥିଲେ। ସେହିପରି ମାଷ୍ଟର ୪୦ ପ୍ଲସ ଡବଲ ବ୍ୟାଟମିଣ୍ଟନ ପ୍ରତିଯୋଗିତା ରେ କେଶବ ବେହେରା ଓ ଶିବ ପ୍ରସାଦ ପାଢ଼ୀ ଚମ୍ପିୟାନ ହୋଇଥିବା ବେଳେ ସାଗର କୁମାର ସାବତ ଓ ରବୀନ୍ଦ୍ର ସେଠୀ ରନରସ ଅଫ୍ ଭାବେ ବିଜେତା ହୋଇଥିଲେ l ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବ୍ୟାଟମିଣ୍ଟନ କ୍ରୀଡାବିତ୍ ସୁଜିତ୍ ପୃଷ୍ଟି, ସମ୍ମାନିତ ଅତିଥି ଭାବେ ଆସିକା ବିଧାୟକ ପ୍ରତିନିଧି ସନ୍ଦୀପ ପାଢ଼ୀ, ଆର. ଚିଦାନନ୍ଦ ଆଚରି, ଚେୟର ପେରସନ୍ ସନ୍ତୋଷ ପଣ୍ଡିତ, ବରିଷ୍ଠ ଖେଳାଳି ସାଗର ସାବତ, ପ୍ରଶାନ୍ତ କୁମାର ମୁନି, ରବୀନ୍ଦ୍ର ସେଠି, ଅଭିଷେକ ମହାପାତ୍ର, ଚନ୍ଦନ ବେହେରା, ବାବୁଗୌଡ଼ ସୁବ୍ରଜିତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବିଜେତା ଖେଳାଳି ମାନଙ୍କୁ ମାନପତ୍ର ସହ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ l

Leave A Reply

Your email address will not be published.