
ମାଲକାନଗିରି : ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ସଙ୍ଗଠନ ସୂର୍ଯ୍ୟନ କାର୍ଯ୍ୟକ୍ରମ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ଜିଲ୍ଲା କଂଗ୍ରେସ କମିଟି ର କୋରଡିନେଟର ଜି ଶ୍ରୀନିବାସ ରାଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରହି କାର୍ଯ୍ୟକ୍ରମ ରେ ଛତିଶଗଡ଼ ରାଜ୍ୟ ଅକଲତାରା ନିର୍ବାଚନ ମଣ୍ଡଳୀର ବିଧାୟକ ରାଘବେନ୍ଦ୍ର କୁମାର ସିଂ, ମୋହନା ବିଧାୟକ ଦଶରଥୀ ଗମାଙ୍ଗ, ଦଳୀୟ ଅବଜର୍ଭର ପାଣ୍ଡବ କର୍ଣ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା କଂଗ୍ରେସ କମିଟି କୁ ସୁଦୃଢ଼ କରିବା ପାଇଁ ଆଲୋଚନା କରାଯାଇଥିଲା। ତୃଣମୂଳ ସ୍ତରରୁ ଦଳକୁ ସଂଗଠିତ କରିବା ପାଇଁ ବୈଠକରେ ଉପସ୍ଥିତ ଅତିଥି ମାନେ ପ୍ରକାଶ କରିଥିଲେ। ପୁନଃ ନୂତନ ଜିଲ୍ଲା କଂଗ୍ରେସ କମିଟି ସଭାପତି ଚୟନ ପାଇଁ ଆଜିଠାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ପୂର୍ବରୁ ଯଦିଓ ଜିଲ୍ଲା ସଭାପତି ଚୟନ କରାଯାଇଥିଲା ତେବେ ଏଥିରେ ପରିବର୍ତ୍ତନ ପାଇଁ ଦଳ ନିଷ୍ପତ୍ତି ନେଇ ପୁନଃ ଚୟନ କାର୍ଯ୍ୟକ୍ରମ ହେବା ପାଇଁ ଆମେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଉପସ୍ଥିତ ନେତୃ ମଣ୍ଡଳୀ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ହେଉଛି। ମଣ୍ଡଳ ସ୍ତରରେ କର୍ମୀଙ୍କ ସହ ଆଲୋଚନା ପରେ ଜିଲ୍ଲା ସଭାପତି, ବ୍ଲକ ସଭାପତି ଚୟନ ପାଇଁ ସଂଗଠନ ସୂର୍ଯ୍ୟନ ଦ୍ୱାରା ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ଏହି ଅବସରରେ ଜିଲ୍ଲା କଂଗ୍ରେସ ର ବରିଷ୍ଠ ନେତା ଗୋବିନ୍ଦ ପାତ୍ର, ପଦ୍ମ ପାଙ୍ଗିଙ୍କ ସହ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।