
ମାଲକାନଗିରି : ଆଜି ସ୍ଥାନୀୟ କ୍ରୀଡା ଭବନ ଠାରେ ନେହୁରୁ ଯୁବ କେନ୍ଦ୍ର ର ଜିଲ୍ଲା ଯୁବ ଅଧିକାରୀ ହରିଷ ରୂପାଲଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶ୍ରୀ ରୂପାଲ ୨୦୨୦ ମସିହାରେ ମାଲକାନଗିରି ରେ ଜିଲ୍ଲା ଯୁବ ଅଧିକାରୀ ଭାବେ ଯୋଗଦେଇ ଥିଲେ । ତାଙ୍କ ଯୋଗଦାନ ସମୟ ପରଠାରୁ ନେହୁରୁ ଯୁବାକେଦ୍ରର ବିଭିନ୍ନ କାର୍ଯ୍ୟ ଗୁଡିକ ର ଅଗ୍ରଗତି ହୋଇଥିଲା । ଜିଲ୍ଲାର ବିଭିନ୍ନ ଗ୍ରାମର ଯୁବକ ମାନଙ୍କୁ ନେଇ ସଂଗଠିତ କରି ବିଭିନ୍ନ ପ୍ରତିଯୋଗିତା ଯଥା ଭଳିବଲ,କବାଡି,ଖୋଖୋ, କ୍ରିକେଟ ଭଳି ଖେଳ ର ଆୟୋଜନ କରିବା ସହ ସ୍ଵଛ ଭାରତ,ଏକ ପେଡ ମାକେ ନାମ ସହ ବିଏସଏଫ ସହିତ ମିଳିତ ଭାବେ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳର ଯୁବକଙ୍କୁ ଯୁବ ବିନିମୟ କାର୍ଯ୍ୟକ୍ରମ ପାଇଁ ଭାରତର ବିଭିନ୍ନ ସହର ଯଥା ପଞ୍ଜାବ, ହରିୟାଣା, ବେଙ୍ଗାଲୋର, ଦିଲ୍ଲୀ, ଚେନାଇ ଭଳି ସହରରେ ଯୁବବିନିମୟ କାର୍ଯ୍ୟକ୍ରମ ଗୁଡିକୁ ସଫଳତାର ସହ ଆୟୋଜନ କରିପାରି ଥିଲେ । ଶ୍ରୀ ରୂପାଲ ନିଜ କାର୍ଯ୍ୟ କାଳ ମଧ୍ୟରେ ସମସ୍ତ ସରକାରୀ ଅଧିକାରୀ, ମିଡିଆ କର୍ମୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହିତ ନିବିଡ଼ ଭାବେ ଜଡ଼ିତ ରହିଥିଲେ । ବର୍ତ୍ତମାନ ସେ ମାଲକାନଗିରି ରୁ ଦିଲ୍ଲୀ କୁ ଟ୍ରାନ୍ସଫର ହୋଇଥିବାରୁ ଜିଲ୍ଲା ସହ ତାଙ୍କ ଆତ୍ମୀୟତା କୁ ସେ ଭୁଲିପାରି ନାହାନ୍ତି । ଆଜିର ଏହି ବିଦାୟ ଉତ୍ସବରେ ମୂଖ୍ୟ ଅତିଥି ତଥା ବରିଷ୍ଠ ପୋଲିସ ଅଧିକାରୀ ତପନ ନାରାୟଣ ରଥ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ପ୍ରସାରଣ ଅଧିକାରୀ ପ୍ରମିଳା ମାଝୀ, ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା,ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ,ଜିଲ୍ଲା କ୍ରୀଡା ଅଧିକାରୀ ମନୋଜ ତୁରୁକ, ଜିଲ୍ଲା ଯୁବ ଅଧିକାରୀ,ବି.ରମେଶ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରେମ ରେଖା ଭତ୍ରା ଅଧ୍ୟାପକ ରଞ୍ଜନ କୁମାର ସ୍ୱାଇ, ନମିତା ଦଣ୍ଡସେନା ଉପସ୍ଥିତ ରହିଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ବିନାଶ କୁମାର ମିଶ୍ର ପରିଚାଳନା କରିଥିଲେ ।