
ବିହାର: ବିହାର ଦରଭଙ୍ଗାରେ କଂଗ୍ରେସ-ଆରଜେଡି ଭୋଟର ଅଧିକାରୀ ରାଲିରେ ମୋଦିଙ୍କ ମା’ଙ୍କୁ ଗାଳି ଦେବା ମାମଲାରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ‘ବିହାର ଭଳି ସମୃଦ୍ଧ ପରମ୍ପରା ଭଳି ରାଜ୍ୟରେ ଏଭଳି ସ୍ଥିତି ଉପୁଜିବ, ଏଠାରେ ମା’ର ସମ୍ମାନକୁ କ୍ଷତି ପହଞ୍ଚିବ । ତାହା କେବେ ଭାବିନଥିଲି ।
ମୋଦି କହିଛନ୍ତି, ମା’ ଆମ ଦୁନିଆ । ମା’ ଆମର ସଂସ୍କାର । କିଛିଦିନ ପୂର୍ବରୁ ବିହାରରେ ଯାହା ହେଲା, ତା’ର କଳ୍ପନା ମୁଁ କେବେ କରିନଥିଲି । ବିହାରର କୌଣସି ଭାଇ ଭଉଣୀ କି ହିନ୍ଦୁସ୍ତାନର କୌଣସି ନାଗରିକ ଏଭଳି ଚିନ୍ତା କରିଥିବ, ତାହା ମୁଁ ଭାବିପାରୁନାହିଁ । ବିହାରରେ ସ୍ବର୍ଗବାସୀ ମା’ଙ୍କୁ ରାଜନୀତିକୁ ଟାଣିବା, ମୋତେ ବହୁତ କଷ୍ଟ ଦେଇଛି । ମା’ ଭଉଣୀଙ୍କୁ ଗାଳି କରିବା ଅର୍ଥ ମହିଳାଙ୍କୁ ଦୁର୍ବଳ କରିବା । କଂଗ୍ରେସ ପ୍ରତ୍ୟେକ ମା’କୁ ଗାଳି ଦେଇଛି । ଏହାର ଜବାବ ବିହାର ମହିଳାମାନେ ଦେବେ । ଆଜି ବି ମୁଁ ଯାହା ବି କିଛି ଅଛି, ସେଥିରେ ମୋ ମା’ଙ୍କ ଅବଦାନ ଗୁରୁତ୍ବପୂର୍ଣ୍ଣ । ଅନେକ କଷ୍ଟ ସହି ମୋ ମା’ ଲାଳନପାଳନ କରିଛି ।
ବିହାରରେ ଆରଜେଡି-କଂଗ୍ରେସ ମଞ୍ଚରେ ମୋ ମା’ଙ୍କୁ ଗାଳି ଦିଆଯାଇଛି । ଯାହା କେବଳ ମୋ ମା’ ନୁହେଁ ବରଂ ସମଗ୍ର ଦେଶର ମା’, ଭଉଣୀ ଏବଂ ଝିଅ ମାନଙ୍କୁ ଅପମାନ । ଏହି ଗାଳି କେବଳ ମୋ ମା’ର ଅପମାନ ନୁହେଁ, ବରଂ ଭାରତର ପ୍ରତ୍ୟେକ ନାରୀର । ମୁଁ ଜାଣିଛି, ଯେଉଁ ଯନ୍ତ୍ରଣା ମା ଛାତିରେ ରହିଛି, ତାହା ବିହାରର ଲୋକଙ୍କ ମନରେ ରହିଥିବ । ପ୍ରତ୍ୟେକ ମା’ ଝିଅଙ୍କୁ ସମ୍ମାନକୁ କ୍ଷତି ପହଞ୍ଚିଛି ।