ଆଫଗାନିସ୍ତାନ ଭୂକମ୍ପ ପୀଡିତଙ୍କୁ ୨୧ ଟନ୍ ରିଲିଫ ସାମଗ୍ରୀ ପଠାଇଲା ଭାରତ

add-all

ନୂଆଦିଲ୍ଲୀ : ଭାରତ ଆଫଗାନିସ୍ତାନର ପ୍ରକ୍ତ ବନ୍ଧୁ । ଏହା ପୁଣିଥରେ ପ୍ରମାଣିତ ହୋଇଛି । ଭାରତ ସବୁବେଳେ ପଡ଼ୋଶୀମାନଙ୍କୁ ସାହାଯ୍ୟ କରିବାରେ ଆଗରେ ରହିଛି । କେବଳ ନେପାଳ, ବାଂଲାଦେଶ, ମାଳଦ୍ୱୀପ ନୁହେଁ ବରଂ ସୀମା ଠାରୁ ଦୂରରେ ଅବସ୍ଥିତ ତୁର୍କୀ, ପାଲେଷ୍ଟାଇନ ଇତ୍ୟାଦି ଦେଶ ଗୁଡ଼ିକୁ ମଧ୍ୟ ବିପର୍ଯ୍ୟୟରେ ସାହାଯ୍ୟ କରିଛି । ଆଫଗାନିସ୍ତାନରେ ୬.୦ ତୀବ୍ରତାର ହୋଇଥିବା ଭୂମିକମ୍ପ ଯୋଗୁଁ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

ଆଫଗାନିସ୍ତାନର ଏହି ଦୁଃଖର ମୁହୂର୍ତ୍ତରେ ଭାରତ ଏକ ପ୍ରକୃତ ବନ୍ଧୁ ଭାବରେ ଆଗକୁ ଆସିଛି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର କହିଛନ୍ତି ଯେ, ଶନିବାର ପୂର୍ବ ଆଫଗାନିସ୍ତାନରେ ହୋଇଥିବା ଭୟଙ୍କର ଭୂମିକମ୍ପ ପରେ ଭାରତ କାବୁଲକୁ ୨୧ ଟନ୍ ମାନବୀୟ ସହାୟତା ଯୋଗାଇ ଦେଇଛି ।

ଏସ. ଜୟଶଙ୍କର X ରେ ପୋଷ୍ଟ କରିଛନ୍ତି, “ଭାରତୀୟ ଭୂମିକମ୍ପ ସହାୟତା ବିମାନ ମାଧ୍ୟମରେ କାବୁଲରେ ପହଞ୍ଚିଛି। କମ୍ବଳ, ତମ୍ବୁ, ସ୍ୱାସ୍ଥ୍ୟ କିଟ୍, ଜଳ ସଂରକ୍ଷଣ ଟ୍ୟାଙ୍କ, ଜେନେରେଟର, ରୋଷେଇ ଜିନିଷ, ପୋର୍ଟେବଲ୍ ପାଣି ପ୍ୟୁରିଫାୟର୍, ସ୍ଲିପିଂ ବ୍ୟାଗ, ଅତ୍ୟାବଶ୍ୟକ ଔଷଧ, ହ୍ୱିଲଚେୟାର, ହ୍ୟାଣ୍ଡ ସାନିଟାଇଜର, ଜଳ ବିଶୋଧନ ଟାବଲେଟ୍, ORS ଏବଂ ଚିକିତ୍ସା ସାମଗ୍ରୀ ସମେତ ୨୧ ଟନ୍ ରିଲିଫ୍ ସାମଗ୍ରୀ ଆଜି ବିମାନ ମାଧ୍ୟମରେ ଯୋଗାଇ ଦିଆଯାଇଛି ।

ସଂଯୁକ୍ତ ରାଷ୍ଟ୍ରର ମହାସଚିବ ପୂର୍ବ ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପରୁ ବର୍ତ୍ତିଥିବା ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ଅତିରିକ୍ତ ସମ୍ବଳ ପାଇଁ କହିଛନ୍ତି । ପ୍ରାରମ୍ଭିକ ଭାବେ ସଂଯୁକ୍ତ ରାଷ୍ଟ୍ର ସହାୟତା ପାଇଁ ଜରୁରୀକାଳୀନ ଫାଣ୍ଠିରୁ ୫୦ ଲକ୍ଷ ଡଲାର ଆବଣ୍ଟନ କରିଛି ।

ସୂଚନାଯୋଗ୍ୟ, ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୧,୪୧୧ ରେ ପହଞ୍ଚିଛି, ୩,୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ୫୦୦୦ରୁ ଅଧିକ ଘର ନଷ୍ଟ ହୋଇଛି ।

ad-week
Leave A Reply

Your email address will not be published.