ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳନ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ କୃତୀ ଶିକ୍ଷକ ଙ୍କୁ ସମ୍ୱର୍ଦ୍ଧନା ଉତ୍ସବ…

add-all

ମାଲକାନଗିରି:- ତା:୫/୯/ ୨୦୨୫ :ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ତରଫରୁ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ପାଳନ ସହ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଜିଲ୍ଲା ବର୍ଗ ରେ ଚୟନ ହୋଇ ଥିବା ଶ୍ରେଷ୍ଠ ଶିକ୍ଷକ ଏବଂ ଜିଲ୍ଲା ଶିକ୍ଷା ପ୍ରଶାସନ ତରଫରୁ ଅଵସର ପ୍ରାପ୍ତ ପାଞ୍ଚ ଜଣ ଶ୍ରେଷ୍ଠ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇ ଅଛି। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ଏହି ସମାରୋହରେ ସଭାପତି ରୂପେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ , ବରେଣ୍ୟ ଅତିଥି ରୂପେ ବିଧାୟକ ମାଲକାନଗିରି ନରସିଂହ ମାଡକାମୀ , ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲୁ , ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ , ନବରଙ୍ଗପୁର ସାଂସଦ ଙ୍କ ପ୍ରତିନିଧି ସଞ୍ଜୟ ସରକାର , ବିଧାୟକ ଚିତ୍ରକୋଣ୍ଡା ଙ୍କ ପ୍ରତିନିଧି ରୂପେ ଗୋବିନ୍ଦଚନ୍ଦ୍ର ପାତ୍ର , ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ଅଧ୍ୟକ୍ଷ୍ୟା ମମତା ଝୋଡିଆ ପ୍ରମୁଖ ମାଞ୍ଚ।ସୀନ ରହି ଥିଲେ । ଉତ୍ତରୀୟ ଓ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରି ଅତିଥି ମାନେ କୃତୀ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧିତ କରି ଥିଲେ । ଉପସ୍ଥିତ ଅତିଥି ମାନେ ମଧ୍ୟ ରାଷ୍ଟ୍ର ଗଠନ ରେ ଗୁରୁ ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିଭାଷଣ ରଖି ଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ଦ୍ୱାରା ଚୟନ ହୋଇ ଥିବା ପ୍ରାଥମିକ ଶିକ୍ଷା ଵର୍ଗ ରୁ ସାତ ଜଣ , ମାଧ୍ୟମିକ ଶିକ୍ଷା ଵର୍ଗ ରୁ ପାଞ୍ଚ ଜଣ , ଜଣେ ଆଞ୍ଚଳିକ ସାଧନ କର୍ମୀ ସଂଯୋଜକ ପୁରସ୍କୃତ ହୋଇ ଥିବା ବେଳେ ଜିଲ୍ଲା ଶିକ୍ଷା ପ୍ରଶାସନ ମାଲକାନଗିରି ତରଫରୁ ପାଞ୍ଚ ଜଣ ଅବସର ପ୍ରାପ୍ତ ଶ୍ରେଷ୍ଠ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧିତ କରା ଯାଇ ଅଛି । କାର୍ଯ୍ୟକ୍ରମ ଟିକୁ ବରିଷ୍ଠ ଶିକ୍ଷକ ଦେବରାଜ ସେଠୀ ସଂଯୋଜନା କରି ଥିବା ବେଳେ ସହଯୋଗୀତା ଜଗଦୀଶ ସେଠୀ କରି ଥିଲେ ତତ୍ ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଏବଂ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ମଧ୍ୟ ଯୋଗଦାନ କରି କାର୍ଯ୍ୟକ୍ରମ ଟିକୁ ସଫଳ ରୂପାୟନ କରି ଥିଲେ ।

ad-week
Leave A Reply

Your email address will not be published.