
ଭୁବନେଶ୍ବର: ଅଣଛାତ୍ର ମୁକ୍ତ ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ । ହଷ୍ଟେଲରୁ ବିଦା ହେଉଛନ୍ତି ଅଣଛାତ୍ର । ବାଣୀବିହାର ଛାତ୍ରାବାସରେ ତାଲା ଭାଙ୍ଗି ପଶିଲା କମିଶନରେଟ୍ ପୋଲିସ । ସକାଳରୁ ବିଭିନ୍ନ ହଷ୍ଟେଲରେ ଚଢ଼ାଉ କରୁଛି ପୋଲିସ । ୧,୨,୩ ଓ ୫ ନମ୍ବର ହଷ୍ଟେଲରେ ବ୍ୟାପକ ଯାଞ୍ଚ ଚାଲଛି ।
ପୋଲିସ ଉପସ୍ଥିତିରେ ବନ୍ଦ ଥିବା ହଷ୍ଟେଲ ରୁମ୍ ତାଲା ଭାଙ୍ଗି ଯାଞ୍ଚ କରୁଛନ୍ତି କର୍ତ୍ତୃପକ୍ଷ । ବାହାରକୁ ଆସବାବପତ୍ର ନେଇଛନ୍ତି କର୍ତ୍ତୃପକ୍ଷ । ଅଭିଯାନରେ ଭିସି, ଅଧ୍ୟାପକ ଓ ଅଧ୍ୟାପିକା ମଧ୍ୟ ସାମିଲ୍ ଅଛନ୍ତି । କ୍ୟାମ୍ପସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦିନ ୧.୩୦ ପର୍ଯ୍ୟନ୍ତ ବିଶ୍ଵବିଦ୍ୟାଳୟର ସମସ୍ତ କ୍ଲାସକୁ ରଦ୍ଦ କରାଯାଇଛି ।