
ଭୁବନେଶ୍ୱର : ଉପ ରାଷ୍ଟ୍ରପତି ନିର୍ବାଚନରୁ ବିଜେଡି ବିରତ ରହିବାକୁ ନିଷ୍ପତ୍ତି ନେଇଛି । ବରିଷ୍ଠ ନେତା ଓ ସାଂସଦଙ୍କ ସହ ଆଲୋଚନା ପରେ ବିଜେଡି ସଭାପତିଙ୍କ ନିଷ୍ପତ୍ତି। ଏନଡିଏ ଓ ଇଣ୍ଡିଆ ମେଣ୍ଟଠାରୁ ବିଜେଡି ସମଦୂରତ୍ବ ବଜାୟ ରଖିଛି। ବିଜେଡି ସାଂସଦ ସସ୍ମିତ ପାତ୍ର ଆଜି ଏହି ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାବାସୀଙ୍କ ବିକାଶ ପାଇଁ ଆମେ ଚେଷ୍ଟିତ ରହିଛୁ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।
ସାଂସଦ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା ପରେ ବିଜେଡି ସୁପ୍ରିମୋ ନବୀନଙ୍କ ଦିଲ୍ଲୀ ଗସ୍ତ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭାଗ ନେବା ନାହିଁ ବୋଲି ଜଣାପଡିଛି । ନବୀନ କହିଥିଲେ, ଉପ ରାଷ୍ଟ୍ରପତି ନିର୍ବାଚନ ସହ ତାଙ୍କ ଦିଲ୍ଲୀ ଗସ୍ତର କୌଣସି ସମ୍ପର୍କ ନାହିଁ । ଏହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ । କୌଣସି ରାଜ୍ୟସଭା ସାଂସଦମାନଙ୍କୁ ମଧ୍ଯ ଭେଟିବାର ନାହିଁ । ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି ନିଜେ ନବୀନ ପଟ୍ଟନାୟକ।
ଗତକାଲି ଏକ୍ସରେ ବିରୋଧୀ ଦଳ ନେତା କହିଥିଲେ ମୁଁ କିଛିଦିନ ପାଇଁ ଦିଲ୍ଲୀ ଆସିଛି, କିଛି ସାମାଜିକ ପ୍ରତିବଦ୍ଧତା ପାଇଁ । ନବୀନଙ୍କ ଏହି ପ୍ରତିକ୍ରିୟା ଆସିବା ପରେ ନବୀନଙ୍କ ଦିଲ୍ଲୀ ଗସ୍ତ ସହ ଉପ ରାଷ୍ଟ୍ରପତି ନିର୍ବାଚନ ନେଇ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡିଛି । କିନ୍ତୁ ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ିର ଆଭିମୁଖ୍ୟ କଣ ହେବ ତାହା ଉପରେ ଯେଉଁ ଦ୍ୱନ୍ଦ୍ୱ ଥିଲା ସାଂସଦ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା ପରେ ତାହା ସ୍ପଷ୍ଟ ହୋଇଛି ।