ମାଲକାନଗିରି ଜିଲ୍ଲାରେ ଜୀବିକା, କୋରାପୁଟ ଜିଲ୍ଲାରେ ବସବାସ

youtube

ମାଲକାନଗିରି : ମାଥିଲି ଅଞ୍ଚଳରେ ଛିଡୁନି ସିମବିବାଦ କୋରାପୁଟ ଜିଲ୍ଲା ରେ ବସବାସ, ଏବଂ ଜିଲ୍ଲା ମାନ୍ୟତା ବି ପାଉଛନ୍ତି କୋରାପୁଟ ,କିନ୍ତୁ ହାତେଇଛନ୍ତି ମାଲକାନଗିରି ଜିଲ୍ଲା ର ସୁବିଧା ସୁଯୋଗ । ଏ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଅଞ୍ଚଳବାସୀ ଚେଷ୍ଟା କରୁଥିଲେ ମଧ୍ୟ ଅଦ୍ୟାବଧି ତାହା ସମାଧାନ ହୋଇପାରିନାହିଁ ।ମାଲକାନଗିରି ଜିଲ୍ଲା କୁ ୧୯୯୨ ଅକ୍ଟୋବର ୨ ତାରିଖରେ ସ୍ଵତନ୍ତ୍ର ଜିଲ୍ଲା ର ମାନ୍ୟତା ପାଇଲା କିନ୍ତୁ ମାନ୍ୟତା ପାଇବାର ୩୨ ବର୍ଷରୁ ଊର୍ଦ୍ଧ୍ବ ହେବ ଏଭଳି ମାଥିଲି ଓ ଖଇରପୁଟ ବ୍ଲକର ଅନେକ ଗାଁ ରହିଛି ଯେଉଁଠି କି ସେଠାକାର ବାସିନ୍ଦା ସମସ୍ତ ପ୍ରକାର ସୁବିଧା ହାତେଇଛନ୍ତି ମାଲକାନଗିରି ଜିଲ୍ଲାରୁ , ସେମାନଙ୍କର ଆଧାର କାର୍ଡ, ଭୋଟର କାର୍ଡ ମାଲକାନଗିରି ଜିଲ୍ଲାର ବୋଲି ଦର୍ଶା ଯାଉଥିବା ବେଳେ ସେହି ଗାଁ ଗୁଡ଼ିକ କିନ୍ତୁ ରାଜସ୍ଵ ମାନଚିତ୍ରରେ କୋରାପୁଟ ଜିଲ୍ଲା ବୋଲି ଦର୍ଶାଯାଇଛି । ସେହି ଗାଁ ଗୁଡ଼ିକରେ ବିଦ୍ୟାଳୟ, ଅଙ୍ଗନବାଡ଼ି, ସମସ୍ତ ପ୍ରକାର ଉନ୍ନୟନ କାର୍ଯ୍ୟ ମାଲକାନଗିରିରେ ରହିଛି ବୋଲି ଦର୍ଶାଯାଇଛି ଏପରିକି ପୂର୍ବରୁ ଅନେକ ଲୋକଙ୍କୁ ମାଲକାନଗିରି ଜିଲ୍ଲା ଦର୍ଶାଇ ଜଙ୍ଗଲ ଜମିପଟ୍ଟା ମଧ୍ଯ ପ୍ରଦାନ କରାଯାଇଛି । ପୁଣି ଅନେକ ଲୋକ ଜଙ୍ଗଲ ଜମି ପଟ୍ଟା ପାଇବା ପାଇଁ ଆବେଦନ କରିଥିବା ଜଣା ପଡ଼ିଛି। ପ୍ରକୃତ ବିଷୟ ଜାଣିପାରି ମାଥ୍‌ଲି
ଜଙ୍ଗଲ ବିଭାଗ ତଦନ୍ତ ରିପୋର୍ଟ ଦେବାପାଇଁ ରୋକ ଠୋକ୍ ମନା କରିଦେଇଛନ୍ତି । ଏ ସମ୍ପର୍କରେ ଗୋବିନ୍ଦପାଲି ବନପାଳ ବାସୁଦେବ ନାୟକଙ୍କୁ ଯୋଗାଯୋଗ କରିବାରୁ ଖଇରପୁଟ ବ୍ଲକ ଅନ୍ତର୍ଗତ ଗୋବିନ୍ଦପାଲି ପଞ୍ଚାୟତର ପନ୍ଦରଟି ଗାଁ, ମାଡ଼କାପଦର ପଞ୍ଚାୟତର ୬ ଗୋଟି ଗାଁ ଓ ମାଥ୍‌ଲି ବ୍ଲକ ଅନ୍ତର୍ଗତ ଧୂଙ୍ଗିଆପୁଟ ପଞ୍ଚାୟତର ଦୁଇ ଗୋଟି ଗାଁ, କିଆଙ୍ଗ ପଞ୍ଚାୟତର ଗୋଟିଏ ଗାଁ ଓ କୁଟୁନିପାଲ୍ଲି ପଞ୍ଚାୟତର ଗୋଟିଏ ଗାଁ ସମୁଦାୟ ୨୫ଟି ଗାଁ କୋରାପୁଟ ଜିଲା ରାଜସ୍ଵ ମାନଚିତ୍ରରେ ଦର୍ଶାଯାଇ ଥିବାରୁ ସେହି ଗ୍ରାମ ଗୁଡିକର ଲୋକମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପାଇଁ ତଦନ୍ତ ରିପୋର୍ଟ ଦେବା ସମ୍ଭବ ନୁହଁ ବୋଲି ପ୍ରକାଶ କରିଛନ୍ତି । ରାଜସ୍ୱ ମାନଚିତ୍ରରେ ମାଲକାନଗିରି ଓ କୋରାପୁଟ ସୀମା ଗୋବିନ୍ଦପାଲ୍ଲି ପୋଲିସ ଚେକ୍ ପୋଷ୍ଟ ନିକଟରୁ ହୋଇଥିବା ବେଳେ ଗୋବିନ୍ଦପାଲ୍ଲି ଠାରୁ ବାର କିଲୋମିଟର ଦୂର କଷି ଗାଡ଼ରେ ମାଲକାନଗିରି କୋରାପୁଟ ସୀମା ବୋଲି ନାମ ଫଳକ ଲଗାଯାଇଅଛି । ଯାହା ଦ୍ଵାରା ସେଠାକାର ଲୋକ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଉଭୟ ଜିଲ୍ଲା ପ୍ରଶାସନ ତୁରନ୍ତ ସୀମା ନିର୍ଧାରଣ କଲେ ସେହି ୨୫ ଗୋଟି ଗାଁ ଲୋକେ ପ୍ରକୃତରେ କେଉଁ ଜିଲ୍ଲାରେ ଅବସ୍ଥିତ ଜଣାପଡ଼ିବ ନଚେତ୍ ସେଠାରେ ବସବାସ କରୁଥିବା ଆଦିବାସୀ ଜଙ୍ଗଲ ଜମି ପଟ୍ଟା ପାଇବାରେ ବଞ୍ଚିତ ହେବେ ।

Leave A Reply

Your email address will not be published.