ଗ୍ରାମପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଜନଶୁଣାଣି ଶିବିର

add-all

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ତଥା ଭାର ପ୍ରାପ୍ତ ବିଡ଼ିଓ ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ କହଁର, ଏ ବି ଡି ଓ ଶ୍ରୀମତୀ ରେଶମା କୁମାରୀ ସାମଲ, ଚିକିଟୀ ସି ଡି ପି ଓ ଶ୍ରୀମତି ଗୀତାଞ୍ଜଳି ପାଣିଗ୍ରାହୀ,ସହକାରୀ କୃଷି ଅଧିକାରୀଣୀ ଶ୍ରୀମତୀ ରାଜଲକ୍ଷ୍ମୀ ପଣ୍ଡା,ପଞ୍ଚାୟତ ସରପଞ୍ଚ ବି. ସନମୁଖ ରାଓ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ଚକ୍ରଧର ପ୍ରଧାନ, ଯୋଗାଣ ଅଧିକାରୀ ସ୍ମୃତି ଶିକ୍ଷା ପ୍ରମୁଖ ମଞ୍ଚାସିନ ଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଏ ବିଇଓ ନାୟକ ସେଠୀ,ତାପସ କୁମାର ବେହେରା, ଆର ଆଇ ଦେବରାଜ ନାୟକ, ଆର ଦବ୍ଲୁ ଏସ ଏସ ଯନ୍ତ୍ରୀ ଉତ୍ତମ ନାୟକ, ବିଦ୍ୟୁତ ବିଭାଗ ଯନ୍ତ୍ରୀ ସତ୍ୟଜିତ ସାହୁ, ଜଳ ସେଚନ ବିଭାଗ ଯନ୍ତ୍ରୀ ସସ୍ମିତା ସାହୁ, ଚିକିଟୀ ପ୍ରାଣୀ ଚିକିତ୍ସକ କୁଲଦୀପ ପାଣିଗ୍ରାହୀ,ଆର ଡି ଜେ ଇ ସହଦେଵ ମଢେଇ, ଏ ଡି ଓ ସନ୍ତୋଷ ପାତ୍ର, ପି ଡବ୍ଲୁ ଡି ଏସ ଡି ଓ କାର୍ତ୍ତିକେଶ୍ୱର ପ୍ରଧାନ, ମିଶନ ଶକ୍ତି ବି ପି ସି ଖୁରସିଦ ଅଲମ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ଅଭିଯୋଗ ଶୁଣିଥିଲେ। ମୋଟ ୨୩୦ ଗୋଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥି ମଧ୍ୟରୁ ୨୨୭ ଟି ବ୍ୟକ୍ତିଗତ ଅଭିଯୋଗ ଓ ୩ ଟି ସଂଘୀୟ ଦାଖଲ ଅଭିଯୋଗ ହୋଇଥିଲା। ଏବଂ ତା ସହିତ ରାସନ, ଭତ୍ତା ଓ ଆବାସ ସମ୍ପର୍କିତ ୬୫ ଟି ଅଭିଯୋଗ ସଙ୍ଗେ ସଙ୍ଗେ ସମାଧାନ ହୋଇଯାଇଥିବା ସୂଚନା ମିଳିଛି। ପଞ୍ଚାୟତ ପି ଇ ଓ ସୁଶ୍ରୀ ଶୁଭସ୍ମିତା ପାଣିଗ୍ରାହୀ ସୁଚାରୁ ରୂପେ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.