ସର୍ବଭାରତୀୟ ସାମ୍ବାଦିକ ସଂଗଠନ ର ସାଙ୍ଗଠନିକ ସମ୍ପାଦକ ହେଲେ ଡ଼. ପାଢ଼ୀ

add-all


ଭୁବନେଶ୍ୱର: ସର୍ବ ଭାରତୀୟ ସାମ୍ବାଦିକ ସଂଗଠନ ନେସନାଲ ୟୁନିଅନ ଅଫ ଜୋର୍ଣ୍ଣାଲିଷ୍ଟସ,ଇଣ୍ଡିଆ ( ଏନୟୁଜେ) ଇଣ୍ଡିଆର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଭାବେ ବରିଷ୍ଠ ସାମ୍ବାଦିକ ଡ଼. ଚିନ୍ତାମଣି ପାଢ଼ଙ୍କୁ ନିଯୁକ୍ତି ମିଳିଛି। ଆନ୍ଧ୍ର ପ୍ରଦେଶର ବିଜୟବାଡ଼ା ସ୍ଥିତ ହୋଟେଲ ଇଲାପୁରାମ ଠାରେ ଏୟୁଜେର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଗତ ୬ ଓ ୭ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରରେ ଭାରତର ୨୬ ଗୋଟି ରାଜ୍ୟର ଜାତୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ। ଉକ୍ତ ଜାତୀୟ କାର୍ଯ୍ୟକ୍ରମରେ ଓଡିଶାରୁ ଜାତୀୟ ସମ୍ପାଦକ ବବୁଲ ସିଂ, ଏସୟୁଜେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭାପତି କୀର୍ତ୍ତି ଚନ୍ଦ୍ର ସାହୁ,ଉପ ସଭାପତି ବାସୁଦେବ ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢ଼ୀ, ଜାତୀୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରୟାଗରାଜ କର, ଦିଲ୍ଲୀପ କୁମାର ମିଶ୍ର, ଚିନ୍ତାମଣି ପାଢ଼ୀ ପ୍ରମୁଖ ଯୋଗ ଦେଇଥିବାବେଳେ ଏଠାରେ ଡ଼ଃ ପାଢ଼ୀଙ୍କୁ ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଭଳି ଗୁରୁଦାୟିତ୍ଵ ଅର୍ପଣ କରାଯାଇଛି। ଏନୟୁଜେର ପୂର୍ବାଂଚଳ ଆସାମ, ମଣିପୁର, ତ୍ରିପୁରା, ନାଗାଲାଣ୍ଡ,ପଶ୍ଚିମବଙ୍ଗ,ଛତିଶଗଡ ଓ ଓଡିଶାର ରାଜ୍ୟ ସଂଗଠନ ଗୁଡିକୁ ସୁଦୃଢ କରିବା ପାଇଁ ଡ଼ଃ ପାଢ଼ୀ ନିଷ୍ଠାର ସହ କାର୍ଯ୍ୟ କରି ଏନ ୟୁ ଜେ ଓ ଏସୟୁଜେ ଓଡ଼ିଶା ସମ୍ମାନ ବୃଦ୍ଧିରେ ସହାୟକ ହେବେ ବୋଲି ଏନୟୁଜେ ରାଷ୍ଟ୍ରୀୟ ସଭାପତି ସୁରେଶ ଶର୍ମା, ରାଷ୍ଟ୍ରୀୟ ମହାସଚିବ ତ୍ରିଯୁଗ ନାରାୟଣ ତିୱାରୀ ମତପୋଷଣ କରିଛନ୍ତି। ଯାଜପୁର ଜିଲ୍ଲାର ଜଣେ ଜଣାଶୁଣା ସାମ୍ବାଦିକ ସୁସଂଗଠକ ଭାବେ ତାଙ୍କର ପରିଚୟ ରହିଛି। ଏହା ଆମ ରାଜ୍ୟ ଓ ଯାଜପୁର ପାଇଁ ଗୌରବ ଆଣିଛି। ଏହି ଖବର ଜଣାପଡିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।

ad-week
Leave A Reply

Your email address will not be published.