ମିରଟରୁ ବାଲେଶ୍ୱର ଜେଲକୁ ଆସିଲା ପାକିସ୍ତାନୀ ISI ଏଜେଣ୍ଟ

youtube

ବାଲେଶ୍ବର : ବାଲେଶ୍ବର ଜେଲକୁ ଆସିଲା ଟେରୋରିଷ୍ଟ ।  ମିରଟ ଜେଲରୁ ବାଲେଶ୍ୱର ଜେଲକୁ ଆସିଲା ପାକିସ୍ତାନୀ ISI ଏଜେଣ୍ଟ ଆସିଫ ଅଲ୍ଲୀ ।  ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ କ୍ଷେପଣାସ୍ତ୍ର ପରୀକ୍ଷଣ ତଥ୍ୟ ହସ୍ତାନ୍ତର ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିଲା ଆଇଏସଆଇ ଏଜେଣ୍ଟ ଆସିଫ ଅଲ୍ଲୀ । ପୂର୍ବରୁ DRDOର କ୍ୟାମେରା ମ୍ୟାନ ଈଶ୍ୱର ବେହେରା ଗିରଫ ହୋଇ ବାଲେଶ୍ଵର ଜେଲରେ ଆଜୀବନ ସଜା କାଟୁଛି ।  ୨୦୧୫ରେ ବାଲେଶ୍ୱର ଚାନ୍ଦିପୁର DRDO ତଥ୍ୟ ଲିକ ମାମଲାରେ ଈଶ୍ୱର ବେହେରା ଓ ଉତ୍ତର ପ୍ରଦେଶରୁ ଆସିଫ ଅଲ୍ଲୀ ଗିରଫ ହୋଇଥିଲେ  ।  ମୀରଟରେ ଏକ ମାମଲାର ଖଲାସ ପରେ ବାଲେଶ୍ଵର JMFC-ସିଟି କୋର୍ଟରେ ଆସିଫ ଅଲ୍ଲୀକୁ ହାଜର କରିଛି ମିରଟ ପୋଲିସ  ।

Leave A Reply

Your email address will not be published.