ପୋଲିସ ଗୁଳିରେ ୨ ହାର୍ଡକୋର ମାଓବାଦୀ ନିହତ

youtube

ମାଲକାନଗିରି : ୨ ହାର୍ଡକୋର ମାଓବାଦୀ ନିହତ । ପୋଲିସ ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଵିଜାପୁର ଜିଲ୍ଲାର ନେସନାଲ ପାର୍କ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ଜାରି ରହିଛି ।

ପୋଲିସର ଏନକାଉଣ୍ଟରରେ ୨ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି ।  ୨ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସୁରକ୍ଷାକର୍ମୀ ।  ପୋଲିସର ଏନକାଉଣ୍ଟରରେ ଆହୁରି ଅଧିକ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା ରହିଛି । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି ।  ଏବେ ବି ଗୁଳି ବିନିମୟ ଜାରି ରହିଛି ।  ଅପରେସନରେ STF, DRG ଏବଂ CRPF ର କୋବ୍ରା ଜବାନ ସାମିଲ ରହିଛନ୍ତି ।

ଅନ୍ୟପଟେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ବଡ଼ ଧରଣର ମାଓ ଅପରେସନ ଚାଲିଛି । ପୋଲିସ ଓ ମାଓବାଦୀ ମଧ୍ୟରେ ଆଜି ବି ଗୁଳିବିନିମୟ ଜାରି ରହିଛି । ଗରିଆବନ୍ଧର ଇ-30, ଏସଟିଏଫ ଏବଂ CRPFର କୋବ୍ରା ଜବାନ ମିଳିତ ଭାବେ ଅପରେସନକୁ ଜୋରଦାର କରିଛନ୍ତି । ଏବେବି ଜଙ୍ଗଲରେ ପଡିଛି ନକ୍ସଲଙ୍କ ମୃତଦେହ ।

ଗତକାଲି ଏନକାଉଣ୍ଟରରେ ନିପାତ ହୋଇଥିଲେ ୧୦ ମାଓବାଦୀ । ସେମାନଙ୍କ ମଧ୍ୟରେ ଥିଲେ ତିନି ଟପ ମାଓ ନେତା ନକ୍ସଲ କମାଣ୍ଡର ମନୋଜ ଓରଫ ମୋଡେମ , ବାଲକୃଷ୍ଣ ଓରଫ ଭାସ୍କର ଏବଂ ଏସଜେଡସିଏମ ପ୍ରମୋଦ ଓରଫ ପାଣ୍ଡୁ । ଜଙ୍ଗଲ ଭିତରୁ ଅତ୍ୟାଧୁନିକ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଉଦ୍ଧାର ହୋଇଛି । ଜଙ୍ଗଲ ଭିତରେ ମାଓବାଦୀଙ୍କ ପକ୍ଷରୁ ପୂର୍ବରୁ ଆଇଇଡି ବିଛା ଯାଇଥିବା ଆଶଙ୍କା କରାଯାଉଛି । ପୁରା ଗାରିଅବନ୍ଧ ଜଙ୍ଗଲକୁ ସୁରକ୍ଷାକର୍ମୀ ଘେରି ରହିଛନ୍ତି । ଏବେବି ଆହୁରି ମାଓବାଦୀ ଜଙ୍ଗଲ ଭିତରେ ଲୁଚି ରହୁଥିବା ସୂଚନା ଦେଇଛନ୍ତି ଗାରିଅବନ୍ଧ SP ନିଖିଲ ରାଖେଚା ।

Leave A Reply

Your email address will not be published.